Tuesday, August 26, 2025
spot_imgspot_img
Homeତାଜା ଖବର୧୭ ତାରିଖରେ ଢେଙ୍କାନାଳ ଆସିବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା

୧୭ ତାରିଖରେ ଢେଙ୍କାନାଳ ଆସିବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା

ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ଢେଙ୍କାନାଳରେ ହେବାକୁ ଥିବା ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣା ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ଚୂଡ଼ାନ୍ତ କାର୍ୟ୍ୟସୂଚୀ ଏବେ ସୁଦ୍ଧା ଆସିନାହିଁ, କିନ୍ତୁ ତାଙ୍କର ଢେଙ୍କାନାଳ କାର୍ୟ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ଆସିଛି। ଢେଙ୍କାନାଳରେ ହେବାକୁ ଥିବା ସମାବେଶରେ ୫୦ ହଜାର ଲୋକଙ୍କୁଶାହ ମ୍ବୋଧନ କରିବେ। ୯ବର୍ଷ ଶାସନ କାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଇବେ ଓ ରାଜ୍ୟ ସରକାରଙ୍କର ବିଫଳତା ବିଷୟରେ ଲୋକଙ୍କୁ କହିବେ। ତାଙ୍କସହ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଏବଂ ରାଜ୍ୟ ନେତୃତ୍ୱ ଉପସ୍ଥିତ ରହିବେ। ଏହି ସମାବେଶରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଯୋଗଦେବେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments