Tuesday, August 26, 2025
spot_imgspot_img
Homeତାଜା ଖବର୧.୨ ରୁ ୨.୨ କୁ ହେବ ଆହାର ଯୋଜନା

୧.୨ ରୁ ୨.୨ କୁ ହେବ ଆହାର ଯୋଜନା

ଆହାର ୧.୨ ରୁ ୨.୨ କରିବାକୁ ଯୋଜନା କରୁଛନ୍ତି ସରକାର । ଭାତ ଡାଲମା ସହିତ ମିଳିବ ଅନ୍ୟ ଆଇଟମ୍ । ସେହିପରି ଖାଦ୍ୟ ପ୍ରସ୍ତୁତ କରୁଥିବା ଏସ୍ ଏସ୍ ଜି ମହିଳାମାନଙ୍କୁ ୭ ତାରିଖ ଭିତରେ ପଇସା ପୈଠ ନିର୍ଦ୍ଦେଶ ଦିଆଯାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ସର୍ଟ ପ୍ରାଇଜ ଭିଜିଟ କରିଛନ୍ତି ରାଜ୍ୟ ଆହାର ନୋଡାଲ ଅଫିସର ଓ ଟିମ୍ ।
ଖାଦ୍ୟର ମାନ କିପରି ରହିଛି ଓ ପରିଷ୍କାର ପରିଛନ୍ନତା ନେଇ ଯାଞ୍ଚ କରିଛନ୍ତି । ମୁଖ୍ୟତଃ ଯେଉଁମାନେ ଖାଦ୍ୟ ଖାଉଛନ୍ତି ସେମାନଙ୍କର ଅସୁବିଧା ଓ ଆଵଶ୍ୟକତା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ତେବେ ଏହି ସମ୍ପର୍କରେ ନୋଡାଲ ଅଫିସର କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କର ବିଭାଗ ରିଭିୟୁ କରାଯାଇଛି । ତେବେ ବର୍ତ୍ତମାନ ଲୋକଙ୍କୁ ଭାତ ଡାଲମା ଦିଆଯାଉଛି ତେବେ ଆଗକୁ ଆଉ ନୂଆ ଆଇଟମ୍ ଯୋଡ଼ିବା ପାଇଁ ଆଲୋଚନା କରାଯାଇଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆସିଲେ ଏନେଇ କାର୍ଯ୍ୟ ହେବ।
ସେହିପରି ଯେଉଁ ଏସ୍ ଏଚ୍ ଜି ମହିଳାମାନେ ଆହାର କେନ୍ଦ୍ରମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ସେମାନଙ୍କୁ ମୁନିସିପାଲଟି ମାନେ ଟଙ୍କା ପୈଠ କରୁଛନ୍ତି । ତେବେ ପ୍ରତି ମାସ ୭ ତାରିଖ ସୁଦ୍ଧା ସେମାନଙ୍କ ଟଙ୍କା ପୈଠ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି । ଏପଟେ ଖାଦ୍ୟର ମାନ ଭଲ ରଖାଯାଉଥିବା ଆହାର ଦାୟିତ୍ୱରେ ଥିବା ଏସ୍ ଏସ୍ ଜି ସଦସ୍ୟ କହିଛନ୍ତି । ପ୍ରତିଦିନ, ହଜାରରୁ ଉର୍ଦ୍ଧ୍ୱ ଲୋକେ ଖାଦ୍ୟ ଖାଉଛନ୍ତି । ଏପଟେ ଆହାର କେନ୍ଦ୍ରରେ ମିଳୁଥିବା ଖାଦ୍ୟ କୁ ମଧ୍ୟ ପସନ୍ଦ କରିଛନ୍ତି ଖାଉଟି ମାନେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments