ଆଜି ଠାରୁ ୨ଦିନିଆ କେନ୍ଦୁଝର ଗସ୍ତରେ ୫ଟି ସଚିବ ଭି କେ ପାଣ୍ଡିଆନ । ବିକାଶର ସମୀକ୍ଷା ଫର୍ଦ୍ଦରେ ସାମିଲ ହେବ କେନ୍ଦୁଝର । ସେଠରେ ଲୋକଙ୍କ ସମସ୍ୟା ଶୁଣି ତତକ୍ଷଣାତ ସମାଧାନ ପାଇଁ ନିଆଜିବ ପଦକ୍ଷେପ । ଚମ୍ପୁଆରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମିକ୍ଷା କରୁଛନ୍ତି ୫ଟି ସଚିବ । ପରେ ସେଠାରୁ ନେହରୁ ଷ୍ଟାଡିୟମ ଯାଇ ଲୋକଙ୍କ ସମସ୍ୟା ଶୁଣିବେ ୫ଟି ସଚିବ । ପରେ ବଡ଼ବିଲ ସିଏଚସିରେ ଡାଏଲେସିସ ସେଣ୍ଟର ଏବଂ ଅନ୍ୟାନ୍ୟ ବିକାଶ କାମର ଅନୁଧ୍ୟାନ କରିବେ । ସେଠାରୁ ଯୋଡାକୁ ଯାଇ ଯୋଡ଼ା ଫ୍ଲାଇଓଭର ନିର୍ମାଣ ଅଗ୍ରଗତିର ସମୀକ୍ଷା କରିବେ । ଯୋଡ଼ା ଜରାନିବାସରେ ପରିଦର୍ଶନ କରିବାପରେ କାନପୁର ଜଳସେଚନ ପ୍ରକଳ୍ପର ଅନୁଧ୍ୟାନ କରିବେ ୫ଟି ସଚିବ । ଏହାସହିତ ହିଲଟପରେ ବିକାଶ କାମର ସମୀକ୍ଷା କରିବେ । କେନ୍ଦୁଝର ଓଏସଏମଇ କ୍ୟାମ୍ପସରେ ମିଶନ ଶକ୍ତି ମାଆଙ୍କ ସହିତ ୫ଟି ସଚିବ ଆଲୋଚନା କରିବେ । ପରେ ଧରଣୀଧର ୟୁନିଭରସିଟି ନିକଟରେ ଲୋକଙ୍କ ସମସ୍ୟା ଶୁଣିବେ । ଏହାପରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ମିଶନ ଶକ୍ତି କାଫେରେ ମାଆମାନଙ୍କ ସହିତ ଆଲୋଚନା କରି କେନ୍ଦୁଝର ଅଡିଟୋରିୟମରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ସମସ୍ୟା ସମ୍ପର୍କରେ ଅବଗତ ହେବେ । ସେଠାରୁ ହାଣ୍ଡବଲ ଷ୍ଟାଡିୟମର ବିକାଶ ଅନୁଧ୍ୟାନ କରିବାପରେ ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ବିକାଶ ନେଇ ଆଲୋଚନା କରିବେ । ଆସନ୍ତାକାଲି ମଧ୍ୟ ବିଭିନ୍ନ ଉନ୍ନୟନ କାର୍ୟ୍ୟର ସମୀକ୍ଷା କରିବେ୫ଟି ସଚିବ ।
