Tuesday, August 26, 2025
spot_imgspot_img
Homeତାଜା ଖବର+୨ରେ ବଢ଼ିବ ୧୩ ହଜାର ସିଟ୍‌: ଗଣଶିକ୍ଷା ମନ୍ତ୍ରୀ

+୨ରେ ବଢ଼ିବ ୧୩ ହଜାର ସିଟ୍‌: ଗଣଶିକ୍ଷା ମନ୍ତ୍ରୀ

ବଢ଼ିବ ଯୁକ୍ତ ଦୁଇ ସିଟ୍‌ ସଂଖ୍ୟା। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦରେ ଆଉ ୧୩ ହଜାର ସିଟ୍‌ ବୃଦ୍ଧି କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି। ମାଟ୍ରିକ ପରୀକ୍ଷାରେ ସଫଳତା ହାର ଅଧିକ ଥିବାରୁ ୨୦୨୩-୨୪ ଶିକ୍ଷାବର୍ଷରୁ ୧୦୬ଟି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବାକୁ ଯାଉଛନ୍ତି ରାଜ୍ୟ ସରକାର। ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୩ ହଜାର ସିଟ୍‌ ବୃଦ୍ଧି କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଣଶିକ୍ଷା ବିଭାଗର ବାର୍ଷିକ ସମୀକ୍ଷା ପରେ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆବଶ୍ୟକତାକୁ ଦେଖି ସିଟ୍‌ ବଢ଼ାଇବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି। ଏହାସହ ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ସବୁ ହାଇସ୍କୁଲରେ ଆଇଟି ଲ୍ୟାବ ଉପଲବ୍ଧ ହେବ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments