Tuesday, August 26, 2025
spot_imgspot_img
Homeତାଜା ଖବରଚଳନ୍ତା ଟ୍ରେନରେ ଭିଡିଓ କରି ଚାଲିଗଲା ଜୀବନ

ଚଳନ୍ତା ଟ୍ରେନରେ ଭିଡିଓ କରି ଚାଲିଗଲା ଜୀବନ

ଆଜିକାଲି ରିଲ୍ସ ଏବଂ ଭିଡିଓ କରିବା ପାଇଁ ଯୁବପିଢ଼ି ସବୁବେଳେ ଆଗଭର । ଏହା ଏମିତି ଏକ ନିଶା ଯେଉଁଥିରେ ଯୁବପିଢ଼ି ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଉ ନାହାନ୍ତି । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରେନ ଦୁଆର ମୁହଁରେ ଜଣେ ବ୍ୟକ୍ତି ଓହଳି ଯାଉଛନ୍ତି । ଆଉ ପଛରୁ ଜଣେ ବ୍ୟକ୍ତି ଏହାର ଭିଡିଓ ସୁଟ୍ କରୁଛନ୍ତି । ଦୁଆର ମୁହଁରେ ଓହଳି ଯାଉଥିବା ବେଳେ ଯୁବକ ଜଣକ ହେୟ ଜ୍ଞାନ କରି ଏପଟ ସେପଟ ହେଉଛନ୍ତି । ଫଳରେ ଆଗରେ ଥିବା ଏକ ଖୁଣ୍ଟରେ ବାଜି ଯୁବକ ଛିଟିକି ପଡୁଛନ୍ତି । ଲୁହା ଖୁଣ୍ଟରେ ପିଟି ହୋଇ ଯୁବକଙ୍କ ପ୍ରାଣ ଚାଲିଯାଇଥିବା ଜଣାପଡୁଛି ।

ଭିଡିଓ ଦେଖିଲେ ଜଣାପଡ଼ୁଛି କି, ଯୁବକ ଜଣକ ମୃତ୍ୟୁକୁ ଡାକରା ଦେଇଛନ୍ତି । ଭିଡିଓ କରିବା ଚକ୍କରରେ ନିଜ ଜୀବନକୁ ବାଜି ଲଗାଇଛନ୍ତି । ଟ୍ରେନ ଗେଟ୍ ପାଖରେ ଝୁଲି ଯିବା କେତେ ବିପଦଜ୍ଜନକ ତାହା ସମସ୍ତେ ଜାଣିଛନ୍ତି । ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏହି ଭିଡିଓକୁ ଏପର୍ୟ୍ୟନ୍ତ ୭ ଲକ୍ଷ ଲୋକ ଦେଖିସାରିଲେଣି । ୬ ହଜାରରୁ ଅଧିକ ଲାଇକ ମିଳିସାରିଲାଣି । ଭିଡିଓ ଦେଖି ୟୁଜର୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments