ଖୋର୍ଦ୍ଧାରେ ନିଶା କାରବାରର ବେତାଜ୍ ବାଦଶାହା ବୋଲାଉଥିବା ସୋମନାଥର ଅନ୍ତ । ହଁ ଆଜ୍ଞା ଆମେ ସେଇ ସୋମନାଥ ଓରଫ୍ ପାକୁ କଥା କହୁଛୁ, ଯିଏ କି ଗତ ବୁଧବାର ସନ୍ଧ୍ୟାରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ର ଶିକାର ହୋଇଥଲା। ତେବେ ଏହି ଗୁଳି ମାଡ଼ ଘଟଣା ପୂର୍ବ ଶତ୍ରୁତା କି ବ୍ୟବସାୟିକ ତିକ୍ତତାକୁ ନେଇ, ତାହା ଏ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ।
ବୁଧବାର ସନ୍ଧ୍ୟାରେ ପାକୁ ଭୋଜି ଖାଇବାକୁ ବାହାରି ଥିବାବେଳେ ତା ଉପରେ ହୋଇଥଲା ଗୁଳିମାଡ । ଦେହରେ ଓ ହାତରେ ବାଜିଥିଲା ଚାରି ଖୋକା। ଅତର୍କିତ ଗୁଳିମାଡ଼ ର ଶିକାର ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ପାକୁର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।
ଏପଟେ ପରିବାର ଲୋକ ପାକୁ କୁ ହୋଇଥିବା ଗୁଳି ମାଡ଼ ପଛରେ ଖୋର୍ଦ୍ଧା ଭାଲିଆବାଡ଼ି ଅଞ୍ଚଳର ଜଣେ ବ୍ରାଉନ ସୁଗାର ବ୍ୟବସାୟୀଙ୍କ ହାତଥିବା ନେଇ ଥାନାରେ କରିଛନ୍ତି ଅଭିଯୋଗ ।
ଏବେ ଘଟଣାକୁ ଗୁରୁତର ସହ ନେଇ ଆକ୍ସନ ମୋଡ୍ ରେ ପୋଲିସ୍। ଗୁଳି ମାଡ଼ ଘଟଣାରେ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ବ୍ରାଉନ ସୁଗାର ବେପାରକୁ ନିଶ୍ଚିହ୍ନ କରିବା ସହ ଖୋର୍ଦ୍ଧାକୁ ଅପରାଧ ମୁକ୍ତ ପାଇଁ ପୋଲିସ ଆରମ୍ଭ କରିଛି ତାର ଷ୍ଟାଟର୍ଜି।
