ଦୁଇମାସରେ ୧୫ ପ୍ରତିଶତ ବୃଦ୍ଧି ହରଡ଼ ଡାଲି । ଏବେ ହରଡ଼ ଡାଲି ପାଇକାରୀ ଦର କିଲୋ ପ୍ରତି ୧୨୮ରୁ ୧୪୩ ଟଙ୍କା ଅଛି। ଦୁଇ ମାସ ତଳେ ୧୧୦ରୁ ୧୨୫ ଟଙ୍କା ଥିଲା। ଦର ୧୫ ପ୍ରତିଶତ ବଢ଼ିଛି। ଏଥି ପାଇଁ କେନ୍ଦ୍ର ସରକାରଙ୍କ ପରିଚାଳନାଗତ ତ୍ରୁଟି ଦାୟୀ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି।
କିଛି ଦିନ ତଳେ କେନ୍ଦ୍ର ସରକାର ଗଚ୍ଛିତ ରଖିବାର ପରିମାଣ ଧାର୍ୟ୍ୟ କରିଛନ୍ତି। ଯାହା କର୍ପୋରେଟ୍ ସଂସ୍ଥାକୁ ସୁହାଇବା ପାଇଁ କରାଯାଇଛି। ଏପରି ହେଲେ ଦର ବଢ଼ି ଚାଲିବ ଓ ଖାଉଟି ହଇରାଣ ହେବେ। ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।
