Tuesday, August 26, 2025
spot_imgspot_img
Homeତାଜା ଖବର‘ହଜ୍’ କରିବାକୁ କେରଳରୁ ଚାଲି ଚାଲି ୩୭୦ ଦିନରେ ମକ୍କାରେ ପହଞ୍ଚିଲେ

‘ହଜ୍’ କରିବାକୁ କେରଳରୁ ଚାଲି ଚାଲି ୩୭୦ ଦିନରେ ମକ୍କାରେ ପହଞ୍ଚିଲେ

କେରଳରୁ ଜଣେ ବ୍ୟକ୍ତି ଚାଲି ଚାଲି ‘ହଜ୍’ କରିବାକୁ ଯାଇଛନ୍ତି । ୮,୬୪୦ କିଲୋମିଟର ଦୂର ମକ୍କା ନଗରୀରେ ପହଞ୍ଚିବାକୁ ତାଙ୍କୁ ୩୭୦ ଦିନ ସମୟ ଲାଗିଥିଲା । କେରଳର ମାଲାପୁରମ୍ ଜିଲ୍ଲା ଅନ୍ତର୍ଗତ ବାଲାଞ୍ଚେରୀର ବାସିନ୍ଦା ଶିହାବ୍ ଚୋତ୍ତୁର୍ ନାମକ ଏହି ବ୍ୟକ୍ତିଜଣକ ପାକିସ୍ତାନ, ଇରାନ୍, ଇରାକ୍, କୁଏତ ବାଟେ ଚାଲି ଚାଲି ଶେଷରେ ଚଳିତ ମାସରେ ସାଉଦି ଆରବର ମକ୍କା ନଗରୀରେ ପହଞ୍ଚିଛନ୍ତି। ‘ହଜ୍’ କରିବା ଲାଗି ଶିହାବ୍ ୨୦୨୨ ଜୁନ୍ ୨ ତାରିଖ ଦିନ ପଦଯାତ୍ରା ଆରମ୍ଭ କରିଥିଲେ।

କେରଳରୁ ‘ହଜ୍’ ଯାତ୍ରା ଆରମ୍ଭ କରିବା ପରେ ଶିହାବ୍ ଭାରତର ଅନେକ ପ୍ରଦେଶ ଦେଇ ଶେଷରେ ପାକିସ୍ତାନକୁ ଯିବା ପାଇଁ ୱାଗା ସୀମାନ୍ତରେ ପହଞ୍ଚିଥିଲେ। କିନ୍ତୁ, ‘ଭିସା’ ନ ଥିବାରୁ ପାକିସ୍ତାନର ‘ଇମିଗ୍ରେସନ୍ ଅଥରିଟି’ମାନେ ତାଙ୍କୁ ଅଟକାଇଥିଲେ। ପାକିସ୍ତାନରେ ପ୍ରବେଶ କରିବା ପାଇଁ ‘ଟ୍ରାଞ୍ଜିଟ୍ ଭିସା’ ପାଇବା ଲାଗି ତାଙ୍କୁ ୱାଘାସ୍ଥିତ ଏକ ସ୍କୁଲ୍ରେ କିଛି ମାସ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷରେ ୨୦୨୩ ଫେବ୍ରୁଆରିରେ ‘ଟ୍ରାଞ୍ଜିଟ୍ ଭିସା’ ପାଇ ସେ ପାକିସ୍ତାନରେ ପ୍ରବେଶ କରିଥିଲେ। ଏହାଥିଲା ତାଙ୍କ ଯାତ୍ରାର ପ୍ରଥମ ବାଧା।

ସାଉଦି ଆରବରେ ପ୍ରବେଶ କରିବା ପରେ ଶିହାବ୍ ପ୍ରସିଦ୍ଧ ଇସ୍ଲାମୀୟ ତୀର୍ଥକ୍ଷେତ୍ର ମଦିନାକୁ ଯାଇଥିଲେ। ମଦିନାରେ ୨୧ ଦିନ ବିତାଇବା ପରେ ସେ ମକ୍କା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ମଦିନାରୁ ମକ୍କା ୪୪୦ କିଲୋମିଟର୍ ଦୂର ଯିବା ପାଇଁ ଶିହାବ୍ଙ୍କୁ ଲାଗିଥିଲା ୯ ଦିନ। ମାଆ ଜୈନାବା କେରଳରୁ ଆସି ମକ୍କାରେ ପହଞ୍ଚିବା ପରେ ଶିହାବ୍ ‘ହଜ୍’ କରିବେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments