Tuesday, August 26, 2025
spot_imgspot_img
Homeତାଜା ଖବରଭୟଙ୍କର ହେବାରେ ଲାଗିଛି ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’

ଭୟଙ୍କର ହେବାରେ ଲାଗିଛି ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’

ସମୁଦ୍ରରେ ବଳ ଗୋଟାଉଛି ‘ବିପର୍ଯ୍ୟୟ’ । ଗଭିର ସମୁଦ୍ରରେ ବଳ ଗୋଟାଇ ଭିସଣ ଅବପାତର ରୂପ ନେଉଛି ବାତ୍ୟା ବିପର୍ଯ୍ୟୟ । ଏବେ ଏହା ପୂର୍ବ- କେନ୍ଦ୍ର ଆରବସାଗରରେ ରହିଥିବା ବେଳେ ଉତ୍ତର ଦିଗ ଆଡକୁ ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଗତି କରୁଛି । ଏହା ଗୋଆ ଠାରୁ ୭୦୦ କିଲୋମିଟର ଦୂରରେ ରହିଥିବା ବେଳେ ମୁମ୍ୱାଇର ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୬୩୦ କିଲୋମିଟର ଦୂରରେ ରହିଛି । ସେହିପରି ପୋରବନ୍ଦରର ଦକ୍ଷିଣ ପୂର୍ବ ଦିଗରେ ୬୨୦ କିଲୋମିଟର ଦୂରରେ ରହିଛି । ଏହାସହ କରାଚିର ଦକ୍ଷିଣ ଦିଗରେ ୯୩୦ କିଲୋମିଟର ଦୂରରେ ରହିଛି ଏହି ଭୀଷଣ ବାତ୍ୟା ବିପର୍ୟୟ । ଆଗାମୀ ୨୪ ଘଣ୍ଟା ଭିତରେ ଏହା ଆହୁରି ଶକ୍ତିଶାଳୀ ହୋଇ ଉତ୍ତର – ଉତ୍ତରପୂର୍ବ ଦିଗରେ ଆଗକୁ ବଢିବ । ଏହାପରେ ଏହାର ଦିଗରେ ସାମାନ୍ୟ ପରିବର୍ତ୍ତନ ହୋଇ ଏହା ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢିବ । ଆଗାମୀ ୩ ଦିନ ଭିତରେ ବାତ୍ୟାର ରୂପରେ ଏପରି ପରିବର୍ତ୍ତନ ହେବବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।ଭାରତୀୟ ପାଣିପାଗ ବିଭାଗ କହିବା ଅନୁଯାୟୀ ସ୍ୱରାଷ୍ଟ୍ର ଉପକୂଳ ଅଞ୍ଚଳ ସହ କଚ୍ଛ ଉପକୂଳରେ ଆଜି ୫୫ କିଲୋମିଟର ବେଗରେ ପବନ ବହିବ । ସମୁଦ୍ର ଅଶାନ୍ତ ରହିଥିବା ବେଳେ ଆସନ୍ତାକାଲିଠୁ ୧୫ ତାରିଖ ଯାଏ ସମୁଦ୍ର ଆହୁରି ଅଶାନ୍ତ ହୋଇପଡ଼ିବ ବୋଲି ଆଇଏମଡି ଆକଳନ କରିଛି । ସେହିପରି ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ତିଆରି ହୋଇଛି । ଦକ୍ଷିଣ ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳରେ ଏହାର ପ୍ରଭାବ ରହିବ । ଏଥିଯୋଗୁଁ ଉ

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments