ଘନଘନ ବଦ୍ୟୁତ କାଟକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ।ଆଜି ଟାଟା ପାୱାର ସହ ଶାସନ ସଚିବ ଙ୍କ ସହ ବସିବ ବୈଠକ । ବ୍ୟାକଅପ୍ ପ୍ଲାନ୍ ସହ ବିପର୍ୟ୍ୟୟ ପରେ ବିଦ୍ୟୁତ୍ ସରବରାହ ଶୀଘ୍ର କାର୍ୟ୍ୟକ୍ଷମ ହେବାର ମେକାନିଜିମ୍ ନେଇ ବିତରଣ କମ୍ପାନୀଙ୍କୁ ମଡେଲ ମଗାଯିବ । ବାରମ୍ବାର ବିଜୁଳି କାଟ ଜନିତ ସମସ୍ୟାର ସମାଧାନ ନେଇ ହେବ ସମୀକ୍ଷା କରାଯିବ । ଗୁରୁବାର କାଳବୈଶାଖୀ ବର୍ଷା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ କାଟ ହୋଇଥିଲା । ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ମୁଖ୍ୟ ଶାସନ ସଚିବ । ଯଦି କାଳବୈଶାଖୀରେ ଏମିତି, ତେବେ ବାତ୍ୟା ହେଲେ କ’ଣ ଅବସ୍ଥା ହେବ ବୋଲି ସେ ପ୍ରଶ୍ନ କରିଥିଲେ ।
