ସମୁଦ୍ର ଭିତରେ ବଳ ଗୋଟାଉଛି ‘ବିପର୍ଯ୍ୟୟ’ । ଭୟଙ୍କର ରୂପ ଧାରଣକରି ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା । ଘଣ୍ଟାପ୍ରତି ୫କିମି ବେଗରେ ଗତି କରୁଛି ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ ।ଏବେ ବାତ୍ୟା ପୋର ବନ୍ଦର ଠାରୁ ୩୬୦ କିମି ଦୂରରେ କେନ୍ଦ୍ରୀଭୂତ ରହିଚି । କରାଚିର ଦକ୍ଷିଣରେ ୬୬୦ କିମି ଦୂରରେ ରହିଛି ବାତ୍ୟା । ୧୪ ତାରିଖ ସକାଳ ବେଳକୁ ଏହା ଉତ୍ତର ଦିଗରେ ଗତି କରି ମୋଡ ବଦଳାଇବାର ସମ୍ଭାବନା ରହିଛି । ୧୪ ତାରିଖ ସକାଳେ ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗରେ ଗତି କରି ଗୁଜରାଟ ଓ ପାକିସ୍ତାନ ଉପକୂଳ ମୁହାଁ ହେବ ।
ଆସନ୍ତା ୧୫ ତାରିଖରେ ଗୁଜରାଟର ମାଣ୍ଡବି ଓ ପାକିସ୍ତାନର କରାଚି ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ଏହି ସମୟରେ ପବନର ବେଗ ରହିବ ଘଣ୍ଟାପ୍ରତି ୧୨୫ରୁ ୧୩୫ କିମି ରହିପାରେ ବେଲେି ଆକଳନ କରାଯାଛି । ବିପର୍ୟ୍ୟୟ ପ୍ରଭାବରେ କଚ୍ଛ, ଦ୍ୱାରକା ଓ ଜାମନଗରରେ ଅତି ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଗୁଜରାଟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷାର ଚେତାବନୀ ଜାରି ହୋଇଛି।
