ବୃଦ୍ଧି ପାଇବ ଶ୍ରୀ ମନ୍ଦିରର ଆୟ । ଦାନ ବ୍ୟବସ୍ତା କୁ କରାଯାଇଛି ଶୃଙ୍ଖଳିତ । ଖାଲି ହୁଣ୍ଡିରେ ନୁହେଁ ଏବେ ଭକ୍ତ ମାନେ ସିଧା ସଳଖ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନଙ୍କୁ ଦେଇପାରିବେ ଦାନ । PAYTM ଓ ସ୍କାନ କୋଡ଼ ମାଧ୍ୟମରେ ଭକ୍ତ ମାନେ ଦାନ ଦେଇପାରିବାର ବ୍ୟବସ୍ତା କରିଛି ଶ୍ରୀ ମନ୍ଦିର ପ୍ରଶାସନ । ରଥଯାତ୍ରା ଓ ସ୍ନାନ ପୂର୍ଣ୍ଣିମା ପାଇଁ ୧୬କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ ଅଟକାଳ କରାଯାଇଥିବା ବେଳେ ସେବକ କଲ୍ୟାଣ ପାଇଁ ୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।
ତେବେ ଚଳିତ ଆର୍ଥିକ ବର୍ଷରେ ୨୭୧ କୋଟି ୭ ଲକ୍ଷ ଟଙ୍କା ର ବଜେଟକୁ ଅନୁମୋଦନ ମିଳିଥିବାବେଳେ ୮ କୋଟି ଟଙ୍କା ର ବଳକା ବଜେଟ ହୋଇଛି । ଶ୍ରୀ ମନ୍ଦିର ପରିଚାଳନା କମିଟି ର ଅଧକ୍ଷ ଗଜପତି ମହାରାଜା ଙ୍କ ଅଧକ୍ଷତରେ ବୈଠକରେ ବଜେଟ କୁ ନେଇ ହୋଇଥିଲା ଆଲୋଚନା । ପୂର୍ବରୁ ଏହା ୨୬୨ କୋଟି ୫୪ ଲକ୍ଷ ରହିଥିବାବେଳେ ରାଜ୍ୟ ସରକାରଙ୍କୁ ଆଉ ୮ କୋଟି ଟଙ୍କା ର ଅନୁଦାନ ମଗାଗଲା ଏବଂ ସମୁଦାୟ ବଜେଟ ୨୭୧ କୋଟି ଟଙ୍କା କରାଯାଇଛି । ଆଉ ଏଥିରେ ହୁଣ୍ଡୀ ଓ ଦାନ ରୁ ଆୟ ୩୬ କୋଟି ୩୯ ଲକ୍ଷ ବିବିର୍ଣ୍ଣ ଫଣ୍ଡ ର ସୁଧ ହାର ୬୦କୋଟି ଜମି ବିକ୍ରି ବାବଦରେ ୫୦କୋଟି ଭକ୍ତ ନିବାସ ର ଆୟ ୧୦କୋଟି ଟଙ୍କା ମିଳିଛି । ତେବେ ଚଳିତ ବର୍ଷ ବଳକା ବଜେଟ ହୋଇଥିବାରୁ ବୈଠକରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଶାସକ ।
ପରିକ୍ରମା ପ୍ରକଳ୍ପ କାର୍ୟ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଗଜପତି ମହାରାଜ । ପରିଚଳାନା କମିଟି ବୈଠକରେ ଠିକା ସଂସ୍ଥା ଟାଟା କୁ ଡକାଯାଇ କାର୍ୟ୍ୟରେ ସମୀକ୍ଷା କରାଯାଇଥିଲା । ଜୁନ ୧୫ ତାରିଖ ସୁଦ୍ଧା ବାହ୍ୟ ପ୍ରଦକ୍ଷଣ ମାର୍ଗ ଶେଷ କରି ଲୋକଙ୍କ ଚଳ ପ୍ରଚଳନ ପାଇଁ ଉନ୍ମୁକ୍ତ କରିବାପାଇଁ ନିର୍ଦ୍ଧେଶ ଦିଆଯାଇଥିଲା । ସେପଟେ ସ୍ନାନ ପୁର୍ଣିମାରେ ସେବାୟତଙ୍କ ମଧ୍ୟରେ ସମୋନ୍ୱୟର ଅଭାବ ଯୋଗୁଁ ନୀତି ବିଶୃଙ୍ଖଳା ହୋଇଥିଲା । ତେଣୁ ରଥଯାତ୍ରାରେ ଯେଭଳି ଉତ୍ତମ ସମୋନ୍ୱୟ ରଖି ନୀତି ଶୃଙ୍ଖଳିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି ଏ ନେଇ ପରିଚାଳନା କମିଟି ବୈଠକରେ ନୀତି ଓ ବ୍ୟବସ୍ତା ବଳିକୁ ଚୂଡାନ୍ତ ଅନୁମୋଦନ କରାଯାଇଛି । ସେପଟେ ପରିକ୍ରମା ପ୍ରକଳ୍ପ କାର୍ୟ୍ୟ ରଥ ଯାତ୍ରା ପୂର୍ବରୁ ଶେଷ ନ ହେଲେ ଏହା ବିରାଟ ସମସ୍ୟା ସୃଷ୍ଟି କରିବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ ।
