ଚନ୍ଦ୍ରକୁ ଯିବ ଚନ୍ଦ୍ରାୟନ-୩ । ଭାରତ ମିଶନର ଏହା ହେବ ତୃତୀୟ ଅଧ୍ୟାୟ । ଜୁଲାଇ ୧୨ରୁ ୧୯ତାରିଖ ମଧ୍ୟରେ ଲଞ୍ଚ ହେବା ନେଇ କହିଛନ୍ତି ଭାରତୀୟ ମହାକାଶ ଗବେଶଣା ସଂସ୍ଥା ବା ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ । କୋଟାୟମଠାରେ ଏକ କଲେଜରେ ଇସ୍ରୋ ପକ୍ଷରୁ ଦିନିକିଆ କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍ ଷ୍ଟେସନ ଲଞ୍ଚ ପ୍ୟାଡରେ ଚନ୍ଦ୍ରାୟନ ପହଞ୍ଚି ସାରିଛି । ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ । ଖଠଗ-୩ ରକେଟ ଯୋଗେ ଚନ୍ଦ୍ରାୟନ-୩ ଉତକ୍ଷେପଣ କରାଯିବ । ଏହି ଅଭିଯାନ ଲାଗି ଆବଶ୍ୟକ ଏକ ସ୍ବଦେଶୀ ଲ୍ୟାଣ୍ଡର ମଡ୍ୟୁଲ, ଏକ ପ୍ରପଲସନ ମଡ୍ୟୁଲ ଓ ଏକ ରୋଭର । ଚନ୍ଦ୍ରପୃଷ୍ଠରେ ସେଫ ଓ ସଫ୍ଟ ଲ୍ୟାଣ୍ଡିଂ ଓ ରୋଭିଂକୁ ଅଧିକ ସୁଗମ କରିବା ଲାଗି ଚନ୍ଦ୍ରୟାନ-୩ ଅଭିଯାନ ଆରମ୍ଭ କରିବ । ୨୦୦୮-୦୯ ରେ ପଠାଯାଇଥିବା ଚନ୍ଦ୍ରାୟନ -୧ ଚନ୍ଦ୍ର ପୃଷ୍ଟରେ ଜଳର ସନ୍ଧାନ କରିଥିବା ବେଳେ ୨୦୧୯ରେ ଚନ୍ଦ୍ରାୟନ -୨ ବିଫଳ ହୋଇଥିଲା ।
