- ଏହି ମାସରେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଗୃହୀତ ହୋଇଥିବା ମହିଳା ସଂରକ୍ଷଣ ବିଲ ( ନାରୀ ଶକ୍ତି ବନ୍ଦନ ଅଧିନିୟମ) ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଛି |
- ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦନ ପରେ ସରକାରଙ୍କ ତରଫରୁ ଏହି ବିଧେୟକ ନିମନ୍ତେ ଏକ ଗ୍ୟାଜେଟ ବିଜ୍ଞପ୍ତି ଜାରି କରାଯାଇଛି |
- ସୂଚନାନୁଯାୟୀ ଏହି ବିଲ୍ ଅନୁସାରେ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସରଂକ୍ଷଣ ନିୟମ ରହିଛି |
ନିର୍ବାଚନ ଶେଷ ହେବା ପରେ ମହିଳା ସରଂକ୍ଷଣ ବିଲର ବାସ୍ତବ ରୂପାୟନ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ପ୍ରଦାନ କରିଛନ୍ତି |