କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ପ୍ରସିଦ୍ଧ ଭୋଗ ରସାବଳିକୁ ମିଳିଛି କେନ୍ଦ୍ର ସରକାରଙ୍କର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତ ଜିଆଇ ଟ୍ୟାଗ | ଏହି ଖବର ପ୍ରକାଶ ପାଇବାପରେ ରାଜ୍ୟରେ ଖୁସିର ଲହର ଖେଳାଇ ଦେଇଛି
ଐତିହାସିକ ପୃଷ୍ଠଭୂମି ରଖୁଥିବା ଏହି ମିଷ୍ଟାନ୍ନକୁ ଜିଆଇ ମାନ୍ୟତା ଦେବା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା | କୌଣସି ଏକ ଭୌଗଳିକ ସ୍ଥାନର ସମ୍ପୂର୍ଣ୍ଣ ଉନ୍ନତ ଏବଂ ନିଜସ୍ୱ ଶୈଳୀରେ ମଣ୍ଡିତ ପଦାର୍ଥକୁ ଏହି ମାନ୍ୟତା ମିଳିଥାଏ |
ରାଜ୍ୟର ଏକ ଅନନ୍ୟ ଖାଦ୍ୟ ପଦାର୍ଥ ରୂପେ ଏହାକୁ ଜିଆଇ ମାନ୍ୟତା ଏକ ଗୌରବର ବିଷୟ ବୋଲି କହି କେନ୍ଦ୍ରାପଡ଼ା ତଥା ରାଜ୍ୟର ସଂସ୍କୃତିପ୍ରେମୀ ଖୁସି ବ୍ୟକ୍ତ କରିଛନ୍ତି |