Monday, December 23, 2024
spot_imgspot_img
Homeତାଜା ଖବରଖଣ୍ଡଗିରି ଗୁମ୍ଫା ପ୍ରସଙ୍ଗରେ ହାଇକୋର୍ଟଙ୍କ ଉଦ୍‌ବେଗ

ଖଣ୍ଡଗିରି ଗୁମ୍ଫା ପ୍ରସଙ୍ଗରେ ହାଇକୋର୍ଟଙ୍କ ଉଦ୍‌ବେଗ

କଟକ: ଖଣ୍ଡଗିରି ଗୁମ୍ଫାର କେତେକ ସ୍ଥାନ ଜବରଦଖଲରେ ଥିବା ଓ ଏହା ଉପରେ
ଅନଧିକୃତ ନିର୍ମାଣ କରାଯିବା ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ପ୍ରତ୍ନତାତ୍ୱିକ ଓ ଐତିହାସିକ ଗୁରୁତ୍ୱ ରହିଥିବା ଏହି ଅଂଚଳରେ କୌଣସି ପ୍ରକାର
ଜବରଦଖଲକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର
ପରବର୍ତୀ ଶୁଣାଣି ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ଡିସିପି,
ଏଏସ୍‌ଆଇ(ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା) ଅଧୀକ୍ଷକଙ୍କୁ ବ୍ୟକ୍ତିଗତ ଭାବେ
ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡଗିରି ଗୁମ୍ଫାରୁ ଜବରଦଖଲ
ପ୍ରସଙ୍ଗରେ ପ୍ରସ୍ତାବିତ ଯୋଜନା ସଂକ୍ରାନ୍ତରେ ଏହି ଅଧିକାରୀମାନେ ହାଜର ହୋଇ
ତଥ୍ୟ ରଖିବେ। ଅକ୍ଟୋବର ୮ରେ ହାଜର ହେବା ପୂର୍ବରୁ ଏହି ଅଧିକାରୀମାନେ
ଏକ ବେ?ଠକ କରି ଯୋଜନା ପ୍ରସ୍ତୁତ କରିବେ। ମୁଖ୍ୟ ବିଚାରପତି ଜଷ୍ଟିସ୍‌?
ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ୍‌? ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ
ଖଣ୍ଡଗିରି ଉଦୟଗିରି ଦିଗମ୍ବର ଜେ?ନ ସିଦ୍ଧକ୍ଷେତ୍ର ପକ୍ଷରୁ ଦାୟର ଦୁଇ ମାମଲାର
ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଆଜି ମାମଲାର ଶୁଣାଣି
ସମୟରେ ଖଣ୍ଡଗିରି ଗୁମ୍ଫାର ସ୍ଥିତି ଅନୁଧ୍ୟାନ ପରେ ଅତିରିକ୍ତ ସରକାରୀ ଓକିଲ
(ଏଜିଏ)ଙ୍କ ତରଫରୁ ଦାଖଲ ଯୁଗ୍ମ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ କେତେକ ସ୍ଥାନରେ
ଜବରଦଖଲ ରହିଛି। କେତେକ ଗୁମ୍ଫା ନିକଟରେ ଟିଣ ଛାତ ଘର, ପକ୍କାଘର, ଟଏଲେଟ୍‌?
ଅନଧିକୃତ ଭାବେ ନିର୍ମାଣ କରାଯାଇଛି। ସରକାରଙ୍କ ପବ୍ଲିକ ୱାର୍କସ୍ ବିଭାଗ ଓ ସାଧାରଣ
ପ୍ରଶାସନ ବିଭାଗ ନାଁରେ ଥିବା ଏହି ପ୍ଲଟ୍ ଉପରେ ଏପରି ନିର୍ମାଣ ରହିଛି। ଖଣ୍ଡଗିରି
ଗୁମ୍ଫାରେ କରାଯାଇଥିବା କେତେକ ନିର୍ମାଣ ପାଇଁ ଅନୁମତି ନଥିବା ପରିଦର୍ଶନ ସମୟରେ
ବିଭିନ୍ନ ବିଭାଗର ଅଧିକାରୀଙ୍କ ତଥ୍ୟରୁ ଜଣା ପଡ଼ିଥିଲା। ଏହି ରିପୋର୍ଟ ସହିତ ଖଣ୍ଡଗିରି
ଗୁମ୍ଫାର ଭିଡିଓ ଓ ଫଟୋଗ୍ରାଫ ଦାଖଲ କରାଯାଇଥିଲା। ରିପୋର୍ଟ ସହିତ
ପେନ୍‌?ଡ୍ରାଇଭରେ ଉପଲବ୍ଧ ଭିଡିଓ, ଫଟୋ ଖୋର୍ଦ୍ଧା ଜିଲ୍ଲା ମାଜିଷ୍ଟ୍ରେଟ, ଏସ୍‌?ପି,
ଭୁବନେଶ୍ୱର ଡିସିପି, ଏଏସ୍‌?ଆଇକୁ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଦାୟର ଇଂଟରଭେନସନ୍ ପିଟିସନକୁ
ହାଇକୋର୍ଟ ଖାରଜ କରିଛନ୍ତି। ଏହି ମାମଲା ଖଣ୍ଡଗିରି ଗୁମ୍ଫା ଓ ଏହାର ପାରିପାର୍ଶ୍ୱିକ
ଅଂଚଳ ଜବରଦଖଲ ପ୍ରସଂଗ?ରେ ସୀମିତ ବୋଲି ହାଇକୋର୍ଟ କହିବା ସହିତ ବାରଭୂଜା
ମନ୍ଦିର ଟ୍ରଷ୍ଟ ଓ ମହାବୀର ମନ୍ଦିର ପକ୍ଷରୁ ଦାୟର ଇଂଟରଭେନସନ୍ ପିଟିସନକୁ ଗ୍ରହଣ
କରିବାକୁ ମନା କରିଛନ୍ତି। ଆଇନ ଅନୁସାରେ ଅନଧିକୃତ ଜବରଦଖଲ ଉଚ୍ଛେଦ ପାଇଁ
ଏହି ମାମଲାରେ ନିର୍ଦ୍ଦେଶ ପ୍ରଦାନ କରାଯାଇ ପାରେ ବୋଲି ହାଇକୋର୍ଟ କହିଛନ୍ତି।
ଜବରଦଖଲ ଉଚ୍ଛେଦ ପାଇଁ କର୍ତୃପକ୍ଷଙ୍କ ପଦକ୍ଷେପ ଦ୍ୱାରା ଯଦି କୌଣସି ପକ୍ଷ ପ୍ରଭାବିତ
ହୁଅନ୍ତି ତେବେ ସଂପୃକ୍ତ ପକ୍ଷ ଆଇନ ଅନୁଯାୟୀ ଉପଯୁକ୍ତ ଫୋରମ୍‌ର ଦ୍ୱାରସ୍ଥ ହୋଇ
ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସେପ୍େଟମ୍ବର୍ର
୧୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ଖଣ୍ଡଗିରି ଓ ଉଦୟଗିରିର ସ୍ଥିତି ଅନୁଧ୍ୟାନ
କରି ରିପୋର୍ଟ ଦାଖଲ ଏଜିଏ ଏଲ୍‌.ସାମନ୍ତରାୟ ଓ ଏସ୍‌.ପଟ୍ଟନାୟକଙ୍କୁ ନିର୍ଦ୍ଦେଶ
ଦେଇଥିଲେ। ସେପ୍େଟମ୍ବର ୨୨ରେ ଉଭୟ ଖଣ୍ଡଗିରି ଗୁମ୍ଫାର ସ୍ଥିତି ଅନୁଧ୍ୟାନ କରିଥିଲେ।
ଏହି ସମୟରେ ଭୁବନେଶ୍ୱର ଉପଜିଲ୍ଲାପାଳ, ତହସିଲଦାର, ପର୍ଯ୍ୟଟନ ଅଧିକାରୀ,
ସାଧାରଣ ପ୍ରଶାସନ ବିଭାଗ ସହକାରୀ ନିର୍ଦ୍ଦେଶକ, ଏଏସଆଇ ଅଧିକାରୀ, ପୁଲିସ
ଉପସ୍ଥିତ ଥିଲେ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଶ୍ୟାମାନନ୍ଦ
ମହାପାତ୍ର, କେନ୍ଦ୍ର ସରକାରଙ୍କ ତରଫରୁ ସିଜିସି ଉଦିତ ରଂଜନ ଜେନା ଓ ରଜ୍ୟ
ସରକାରଙ୍କ ତରଫରୁ ଏଜିଏ ଏଲ୍‌.ସାମନ୍ତରାୟ ମାମଲା ପରିଚାଳନା କରୁଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments