Monday, December 23, 2024
spot_imgspot_img
Homeତାଜା ଖବରଜମ୍ମୁ-କଶ୍ମୀରରେ ଶେଷ ପର୍ଯ୍ୟାୟ ଭୋଟ୍‌,ମୈଦାନରେ ୪୪୯ ଜଣ ପ୍ରାର୍ଥୀ

ଜମ୍ମୁ-କଶ୍ମୀରରେ ଶେଷ ପର୍ଯ୍ୟାୟ ଭୋଟ୍‌,ମୈଦାନରେ ୪୪୯ ଜଣ ପ୍ରାର୍ଥୀ

ଜମ୍ମୁ : ଆଜି ଜମ୍ମୁ ଓ କଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ। ୪୦ଟି ଆସନ ଲାଗି ଆରମ୍ଭ ହୋଇଛି ମତଦାନ। ସକାଳ ୭ଟାରୁ ଲୋକେ ଧାଡ଼ିରେ ଛିଡା ହୋଇ ଭୋଟ୍ ଦେଉଛନ୍ତି। ମୈଦାନରେ ଅଛନ୍ତି ୪୪୯ ଜଣ ପ୍ରାର୍ଥୀ। କୁପୱାଡ଼ା, ସୋପୋର, ବାରମୁଲ୍ଲା, ଗୁଲମର୍ଗ, ବାନ୍ଦିପୋରା, ଉଦ୍ଧମପୁର ୱେଷ୍ଟ, ଉଦ୍ଧମପୁର ଇଷ୍ଟ, କାଠୁଆ ଆଦି ଆସନରେ ଆଜି ଭୋଟିଂ ହେଉଛି। ଜମ୍ମୁ ଅଂଚଳର ୨୪ ଓ
କଶ୍ମୀରର ୧୬ ଆସନରେ ହେବ ଭୋଟ। ୧ ହଜାର ୪୮୪ ପୋଲିଂ ଷ୍ଟେସନରେ ମୋଟ ୧୨ ଲକ୍ଷ ଭୋଟର କରିବେ ମତଦାନ। ପ୍ରଥମ ପର୍ଯ୍ୟାୟରେ ୫୯ ପ୍ରତିଶତ ମତଦାନ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିଲା ୫୭.୦୩ ପ୍ରତିଶତ ମତଦାନ। ତୃତୀୟ ତଥା ଶେଷ ପର୍ଯ୍ୟାୟରେ ଅଧିକାଂଶ ସ୍ଥାନରେ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ, ବିଜେପି ଓ ପିଡିପି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments