Monday, August 25, 2025
spot_imgspot_img
Homeତାଜା ଖବରସୁନ୍ଦରଗଡ଼ ଚୋରା କୋଇଲା ଖଣି ଦୁର୍ନିତୀର ଖୋଳତାଡ଼, ତଦନ୍ତ ପାଇଁ ପହଞ୍ଚିଲା ଭିଜିଲାନ୍ସ ଏସ୍ଆଇଟି

ସୁନ୍ଦରଗଡ଼ ଚୋରା କୋଇଲା ଖଣି ଦୁର୍ନିତୀର ଖୋଳତାଡ଼, ତଦନ୍ତ ପାଇଁ ପହଞ୍ଚିଲା ଭିଜିଲାନ୍ସ ଏସ୍ଆଇଟି

 ସୁନ୍ଦରଗଡ଼ ଚୋରା କୋଇଲା ଖଣି ଦୁର୍ନିତୀର ତଦନ୍ତ ପାଇଁ ପହଞ୍ଚିଲା ଭିଜିଲାନ୍ସ ଏସ୍‌ଆଇଟି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଗୋପାଳପୁର ଫରେଷ୍ଟ ରେଞ୍ଜର ବିଭିନ୍ନ ଜଙ୍ଗଲରେ ଥିବା ଚୋରା କୋଇଲା ଖଣିର ତଦନ୍ତ କରିବ ଏସ୍‌ଆଇଟି । ଗୋପାଳପୁର ଫରେଷ୍ଟ ରେଞ୍ଜର ତେଲନଡିହି, ରତନସରା, ଭୋଗ୍ରାକଛାର, ଜାମକାନି ଜଙ୍ଗଲରେ ଥିବା ଚୋରା କୋଇଲା ଖଣି ଗ୍ରାଉଣ୍ଡରେ ପହଞ୍ଚି ଏସ୍‌ଆଇଟି ତଦନ୍ତ ଆରମ୍ଭ କରିଛି ।

ଏହିସବୁ ଚୋରା କୋଇଲା ଖଣିରୁ ବର୍ଷ ବର୍ଷ ଧରି ମାଫିଆ ମାନେ ବେଆଇନ ଭାବେ ଚୋରା ଖଣି କରି କୋଇଲା ଚାଲାଣ କରୁଥିଲେ । ଏ ନେଇ ଖବର ପ୍ରସାରିତ ହେବା ପରେ ରାଜ୍ୟ ସରକାରଙ୍କ ଖଣି ବିଭାଗର ସ୍ବତନ୍ତ୍ର ଟିମ୍ ତଦନ୍ତ କରିବା ସହ ଖଣି ମନ୍ତ୍ରୀ, ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀ ଗ୍ରାଉଣ୍ଡକୁ ଆସି ତଦନ୍ତ କରି ଫେରିବା ପରେ ଏହି ଦୁର୍ନୀତିର ତଦନ୍ତ ପାଇଁ ଭିଜିଲାନ୍ସ କରିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବୁଧବାର ଏସ୍‌ଆଇଟି ସୁନ୍ଦରଗଡ଼ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments