Monday, December 23, 2024
spot_imgspot_img
Homeତାଜା ଖବରଦେବାଧିଦେବ ମହାଦେବଙ୍କୁ ପ୍ରତାରଣା

ଦେବାଧିଦେବ ମହାଦେବଙ୍କୁ ପ୍ରତାରଣା

ଦେବାଧିଦେବ ମହାଦେବ ଙ୍କ ମୁଖ୍ୟ ମନ୍ଦିର ମନ୍ଦିର ମାଳିନୀ ସହର ଆମ ଓଡିଶା ର ରାଜଧାନୀ ଭୁବନେଶ୍ୱର ରେ ସ୍ଥିତ ପୁରାତନ ଲିଙ୍ଗରାଜ ମନ୍ଦିର ।
ଲିଙ୍ଗରାଜ ମନ୍ଦିର ଏକ ଐତିହ୍ୟ ଆମ ହିନ୍ଦୁ ମାନଙ୍କ ପାଇଁ ।
ଏଠି ପୂଜା ପାଉ ଛନ୍ତି ସମସ୍ତଙ୍କ ପ୍ରିୟ ଦେବାଧିଦେବ ମହାଦେବ । ଏ ମନ୍ଦିର ର କାରୁ କାର୍ଯ୍ୟ କଳିଙ୍ଗ ଶିଳ୍ପଶାସ୍ତ୍ର ର ଉଚ୍ଚକୋଟୀ ଉଦାହରଣ ।
ଏହି ମନ୍ଦିର ସୋମବଂଶୀ ରାଜା ମାନଙ୍କ ତତ୍ୱାବଧାନ ରେ ନିର୍ମିତ କର ଯାଇ ଥିଲା। ଏହି ମନ୍ଦିର ଟି ଦେଉଳ ଶୈଳୀ ରେ ନିର୍ମିତ କର ଯାଇଛି ଯଥା ଚାରିଟି ଅଂଶ ରେ ରହିଛି ଯଥାକ୍ରମେ : ବିମାନ , ଜଗମୋହନ , ନାଟମନ୍ଦିର, ଏବଂ ଭୋଗମଣ୍ଡପ ଯାଉ ଥିରେ କି ଦ୍ୱିତୀୟ ଟି ପ୍ରଥମରୁ ଉଚ୍ଚତା ରେ ଅଧିକ।
ଲିଙ୍ଗରାଜ ମନ୍ଦିର ବେଢା ଭିତରେ ୫୦ ଗୋଟି ବିଭିନ୍ନ ମନ୍ଦିର ରହିଛି ଯଉଠି ବିଭିନ୍ନ ଦେବା ଦେବୀ ପୂଜା ପାଉଛନ୍ତି ।

ପ୍ରଥମେ ଲିଙ୍ଗରାଜ ମହାପ୍ରଭୁ ଏକ ଆମ୍ବ ଗଛ ତଳେ ପୂଜା ପାଉ ଥିଲେ ସେଥୀ ପାଇଁ ଭୁବନେଶ୍ୱର ସହର କୁ ଏକାମ୍ର ନାମରେ ମଧ୍ୟ ଜଣ ହେଉ ଥିଲା । ଏହି ମନ୍ଦିର ରେ ମହାଦେବ ମହାପ୍ରଭୁ ହରିହର ରୂପ ରେ ପୂଜା ପାଉଛନ୍ତି ଯଥାମାନେ ଶିବ ମହାପ୍ରଭୁ ଏବଂ ବିଷ୍ଣୁ ମହାପ୍ରଭୁ ଦୁହିଁଙ୍କୁ ପୂଜା ଯାଉଛି ।

ଲିଙ୍ଗରାଜ ମନ୍ଦିର ସ୍ୱାଧୀନତା ପୂର୍ବରୁ ହିଁ ମନ୍ଦିର ଟ୍ରଉସ୍ଟି ବୋର୍ଡ଼ ଏବଂ ଭାରତୀୟ ପୁରାତତ୍ତ୍ୱ ବିଭାଗ ଦ୍ୱାରା ପରିଚାଳିତ , ମନ୍ଦିର ଟ୍ରଉସ୍ଟି ପୂଜା ବିଧି ଏବଂ ପଣ୍ଡା ମାନଙ୍କ ସୁବିଧା ଅସୁବିଧା ବିଷୟରେ ବୁଝନ୍ତି ଏବଂ ପୁରାତତ୍ତ୍ୱ ବିଭାଗ ମନ୍ଦିର ର ରକ୍ଷଣ ବେକ୍ଷଣ ଦାଇତ୍ୱ ରେ ଅଛନ୍ତି ।
କିନ୍ତୁ ଗୋଟେ ସାଧାରଣ ପ୍ରଶ୍ନ ପୁରାତତ୍ତ୍ୱ ବିଭାଗ କରୁଛନ୍ତି କଣ , ଯଦି ନିରିଖେଇକି ଦେଖିବେ ଆଜି ମନ୍ଦିର ର ବହୁ ପ୍ରତିପାର୍ଶ୍ଵ ରେ ଫାଟ ଶୃଷ୍ଟି ହେଇଛି କିନ୍ତୁ ନ ମନ୍ଦିର ପ୍ରଶାସନ ନ ପୁରାତତ୍ତ୍ୱ ବିଭାଗ କାହାରି ବି ନଜର ଯାଇନି ଆଜି ପର୍ଯ୍ୟନ୍ତ ।
୨୦୧୯ ରେ ପୁରାତତ୍ତ୍ୱ ବିଭାଗ କର୍ତୃପକ୍ଷ କାମ ଆରମ୍ଭ କରିବା ପାଇଁ ଯୋଜନା ତା କରି ଥିଲେ , କିନ୍ତୁ ସେ ଯୋଜନା ର ଫଳାଫଳ କିଛି ବି ନଜର କୁ ଆସି ନାହିଁ ।
ତାହେଲେ ସେ ଯୋଜନା ଆଉ ଯୋଜନା ବାବଦକୁ ଯଉ ଟଙ୍କା ଆସି ଥିଲା , ସେ ଟଙ୍କା କୁଆଡେ ଗଲା , କିଏ ଏହି ଉତ୍ତର ଦବ, ଏ ରିପୋର୍ଟ ଲେଖା ହବ ପର୍ଯ୍ୟନ୍ତ ପୁରାତତ୍ତ୍ୱ ବିଭାଗ ସହିତ ଯୋଗାଯୋଗ ହେଇ ପାରି ନ ଥିଲା କିନ୍ତୁ ଯଉ ମନ୍ଦିର ପାର୍ଶ୍ୱ ରେ ଲୋକ ମାନଙ୍କ କହିବା ଅନୁଯାଇ ସେମିତି କିଛି ଆଖିଦୃଶିଆ ପରିବର୍ତନ ହେଇ ନାହିଁ।

ଆମେ ଚେଷ୍ଟା କରୁଛୁ ଯେ କର୍ତୃପକ୍ଷ ଙ୍କ ସହ ଯୋଗାଯୋଗ ସ୍ଥାପନ କରି ସତ୍ୟାସତ୍ୟ ଲୋକାର୍ପଣ କୁ ଆଣିବୁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments