ବିଜେପି ର ପ୍ରମୁଖ କମିଟୀ କମର କଷୀବ ଆରମ୍ଭ କରିଲା ୨୦୧୪ ସାଧାରଣ ଇଲେକ୍ସନ ପାଇଁ , ବିଜେପି କାର୍ଯ୍ୟକାରିଣୀ କମିଟୀ ବହୁତ ଗୁଡ଼େ ଫେର ବଦଳ ଆଣିଛି ତାଙ୍କ ରାଜ୍ୟ ସ୍ତରୀୟ ଦଳ ଅୟୋଜନା ଭିତରେ ଯେମିତି କି ଉତ୍ତର ପ୍ରଦେଶ ର ବି ଜେ ପି ପ୍ରତିଷ୍ଠାନ ର ନୂଆ ସଭାପତି ଚୟନ କରା ଯାଇଛି ଏବଂ ବିହାର ବି ଜେ ପି ରେ ବେଶ କିଛି ନୂଆ ଚେହେରା ଦେଖା ଯିବାର ଆଶଙ୍କା ପ୍ରକାଶ ପାଉଛି ।
ବିଜେପି ର ମୁଖ୍ୟ କାର୍ଯ୍ୟକାରିଣୀ କମିଟୀ ରେ ମଧ୍ୟ ବହୁତ ଗୁଡ଼େ ବଦଳି କରା ଯାଇଛି ସଂସଦୀୟ ବୋର୍ଡ଼ ରେ ମନ୍ତ୍ରୀ ଶ୍ରୀଯୁକ୍ତ ନିତିନ ଗଡ଼କରୀ ଏବଂ ମଧ୍ୟ ପ୍ରଦେଶ ର ମୁଖ୍ୟ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଙ୍କ ସଦସ୍ୟତା ବାତିଲ ହେଇଛି । ପ୍ରଥମ ଥର ପାଇଁ ବୋର୍ଡ଼ ରେ ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗ ର ନେତା ମାନଙ୍କୁ ସମ୍ମିଳିତ କରା ଯାଇ ଅଛି । ବୋଧ ହୁଏ ବିଜେପି ଏଥର ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗ ର ଜନତା ଙ୍କ ବୋଟ ବାଙ୍କ ଉପରେ ଆକ୍ରମଣ କରିବାର ପରିପେକ୍ଷି ରେ ରହିଛି ।
ଗତ କିଛି ସପ୍ତାହ ମଧ୍ୟରେ ବିଜେପି ମହାରାଷ୍ଟ୍ର , ଉତ୍ତରାଖଣ୍ଡ , ଛତିଶଗଡ଼ , ଉତ୍ତର ପ୍ରଦେଶ , ତେଲେଙ୍ଗାନା ,କର୍ଣ୍ଣାଟକ ଏବଂ ପଶ୍ଚିମ ବଙ୍ଗ ର ସଭାପତି ମାନଙ୍କ ବଦଳି କରି ଥିଲେ । ବିଜେପି ର ୨୦୧୪ ର ମୂଳ ମନ୍ତ୍ର ଟା ଧୀରେ ଧୀରେ ପଦା କୁ ଆସିବ ବୋଲି ବିବେଚନା କରି ହେବ ।…..
ଏହି ପରିପେକ୍ଷି ରେ ଆହୁରି ନୂଆ ନୂଆ ଖବର ଜାଣିବା ହେତୁ , ଆପଣ ମାନେ ଦେଖୁ ଥାନ୍ତୁ ଏବଂ ପଢୁ ଥାନ୍ତୁ ପଞ୍ଚସଖା ନିଉଜ …..
ଆପଣଙ୍କ ପାଖକୁ ସତ୍ୟ ବାର୍ତା ଆଣିବା ପାଇଁ ଆପଣଙ୍କ ପ୍ରେରଣା ରେ ଆପଣଙ୍କ ଦେବାଶିଷ ନାୟକ , ପୁରୀ ॥