Monday, December 23, 2024
spot_imgspot_img
Homeଧର୍ମ ଓ ସଂସ୍କୃତିଓଡ଼ିଆ ସଂସ୍କୃତି ର ପାଞ୍ଚଟି ସ୍ତମ୍ବ - ପଞ୍ଚସଖା ॥

ଓଡ଼ିଆ ସଂସ୍କୃତି ର ପାଞ୍ଚଟି ସ୍ତମ୍ବ – ପଞ୍ଚସଖା ॥

ଅବହେଳା ରେ ଓଡ଼ିଆ ସଂସ୍କୃତି ଏବଂ ପଞ୍ଚସଖା – ଏମିତି କାହିଁକି ?

ପଞ୍ଚସଖା ଆମ  ଓଡ଼ିଆ ସଂସ୍କୃତି ର ପାଞ୍ଚ ରୁଷି ମାନଙ୍କୁ କୁହ ଯାଏ , ଯିଏ କି ବୈଷ୍ଣବ ଏବଂ ଜଗନ୍ନାଥ ସଂସ୍କୃତି ର ସଦ୍ୟତମ ସୂତ୍ରଧାର ବୋଲି ଆମେ କହି ପାରିବା । ପଞ୍ଚସଖା କହିଲେ ପାଞ୍ଚ ଜଣ ସନ୍ଥ ମାନଙ୍କ ସମୂହ କୁ ବୁଝାଏ ଯଥାକ୍ରମେ ବଳରାମ ଦାସ , ଅତିବଡ଼ି ଜଗନ୍ନାଥ ଦାସ , ଅଚ୍ୟୁତାନନ୍ଦ ଦାସ , ଯଶୋବନ୍ତ ଦାସ ଏବଂ ଶିଶୁ ଅନନ୍ତ ଦାସ ।

ଏ ସନ୍ଥ ସମୂହ ନିଜର ଏକ ସମ୍ପ୍ରଦାୟ ଗଢ଼ିଥିଲେ ଏବାଙ୍ଗ ଏମାନଙ୍କ ମୁଖ୍ୟ ଚେତନା ଥିଲା ରାଧା କୃଷ୍ଣ ଙ୍କ ଭକ୍ତି ରସ ଉପସ୍ଥାପନ ଏବଂ ସମ୍ପ୍ରସାରଣ କରିବା ଏହି ଧାରା ପୃଷ୍ଠ ରେ ମହାପ୍ରଭୁ ଶ୍ରୀ ଚୈତନ୍ୟ ଙ୍କ ଆସିବା ବହୁ ପୂର୍ବରୁ ଏବଂ ତାଙ୍କ ପ୍ରବାହ ର ଆଧାର ସ୍ରୋତ ଥିଲା ଜୟଦେବ ଙ୍କ କାବ୍ୟ ସଂଗ୍ରହ ଗୀତ ଗୋବିନ୍ଦ କୁ ଅନୁସରଣ କରି , ରାଧା କୃଷ୍ଣଙ୍କର ପ୍ରେମ ରସ କୁ ଆଧାର କରି ଓଡ଼ିଆ ସମ୍ପ୍ରଦାୟ ର ସର୍ବ ସାଧାରଣ ଙ୍କୁ ଭକ୍ତି ରସ ରେ ଣିଢାଳ କରେଇବା ଉଦ୍ଦେଶ୍ୟ ରେ ॥

ପଞ୍ଚସଖା ମାନେ  ଷୋଡଶ ଶତାବ୍ଦୀ ର ଅଭିଜ୍ଞ କବି ଅଟନ୍ତି । ଅବଶ୍ୟ ଏମାନେ ଏକ ସାଙ୍ଗରେ ରହି ନ ଥିଲେ କିନ୍ତୁ ପୁରା ଶତାବ୍ଦୀ ରେ ଏମାନଙ୍କ କାର୍ଯ୍ୟକଳାପ କୁ ସଂକ୍ଷିପ୍ତ ରେ ଉତ୍କଳୀୟ ବୈଷ୍ଣବ ଧର୍ମ ଆଚରଣ ଭାବେ ପ୍ରକୃଷ୍ଟ ଆକାର ରେ ସମ୍ପ୍ରସାରଣ କରିବା ୟାଙ୍କ ମୂଳ ଉଦ୍ଦେଶ୍ୟ ॥

ଏମାନଙ୍କ କାର୍ଯ୍ୟକଳାପ ବିଷୟରେ ବିସ୍ତୃତ ଭାବେ ବର୍ଣନା କରିବା :

ବଳରାମ ଦାସ

କବି ବଳରାମ ଦାସ ଙ୍କ ଜନ୍ମ ଗୋପ ଅଂଚଳ ର ଏରବଙ୍ଗ ଗ୍ରାମ ରେ ପିତା ସୋମନାଥ ମହାପାତ୍ର ମତ ମହାମାୟା ଦେବୀ ଙ୍କ ଘରେ ହେଇ ଥିଲା । କିଛି ଲୋକଙ୍କ ଅନୁସାରେ ତାଙ୍କ ଜନ୍ମ ଚନ୍ଦ୍ରପୁର ଗ୍ରାମ ରେ ହେଇ ଥିଲା ଯଉଠି ତାଙ୍କ ଶ୍ରୀ ଚୈତନ୍ୟ ଙ୍କ ସହ ଭେଟ ହେଇ ଥିଲା ।

ବଳରାମ ଦାସ ମହାରାଜା ପ୍ରତାପରୁଦ୍ର ଦେବ ଙ୍କ ରାଜସଭା ରେ ମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ , କିନ୍ତୁ ଶ୍ରୀ ଚୈତନ୍ୟ ଙ୍କ ସହ ସାକ୍ଷାକାର ହେଲା ପରେ, ସେ ମନ୍ତ୍ରୀପଦ ରୁ ଓହରି ଯାଇ ନିଜ କୁଣ୍ଡଳିନୀ ଯୋଗ ର ଆଭ୍ୟନ୍ତରୀଣ ହୋଇ ବୈଦ୍ଧି ଭକ୍ତି ରସ ଏବଂ ନିଜ ଜ୍ଞାନ ର ପ୍ରଣିପାତ କରି ଦୈବିକ ନାମ ର ପ୍ରଚାର ଏବଂ ପ୍ରସାର ରେ ଲାଗି ପଡି ଥିଲେ । କେତେ ଜାଗା ରେ ତାଙ୍କୁ ମତ୍ତ ବଳରାମ ବୋଲି ବି ସମ୍ବୋଧିତ କରା ଯାଏ । ସନ୍ଥ ବଳରାମ ଦାସ ଶ୍ରୀ ଜଗନ୍ନାଥ ମନ୍ଦିର ରେ ମୁକ୍ତି ମଣ୍ଡପ ରେ ବେଦାନ୍ତ ଆଲୋଚନା ରେ ଭାଗ ନେଉ ଥିଲେ ।

କୁହା ଯାଏ ଯେ ଯଉଁ ମଣିଷ ତାଙ୍କ ମଥା କୁ ଛୁଇଁ ଦିଏ, ସେ ନିଜ ମୁଖ ରେ ବେଦ ଜ୍ଞାନ ର ବ୍ୟାଖ୍ୟା କରି ପରେ । ଏକ ବହୁ ପ୍ରଚଳିତ କଥା ରହି ଆସିଛି ଯେ ଥରେ ଜଣେ ମୁକ ବଧିର ବ୍ୟକ୍ତି ଜଣଙ୍କ ବଳରାମ ଦାସ ଙ୍କ ମଥା କୁ ଛୁଇଁ ଦେବାରୁ ତାଙ୍କ ଶରୀର ର ସବୁ ବିକାର ଭଲ ହେଇ ଗଲା ଏବଂ ଆଶ୍ଚର୍ଯ୍ୟ ର କଥା ହେଉଛି ଯେ ସେ ବ୍ୟକ୍ତି ଜଣଙ୍କ ସଂଗେ ସଂଗେ ବେଦ ଜ୍ଞାନ ର ଆଲୋଚନା ମଧ୍ୟ କରିବାରେ

ଲାଗିଲେ । ସେ ବ୍ୟକ୍ତି ଜଣଙ୍କ ବଳରାମ ଦାସ ଙ୍କ ପ୍ରମୁଖ ଅନୁଯାୟୀ ହେଇ ହରି ଦାସ ନାମରେ ଚିହିଁତ

ହେଲେ॥

କବି ବଳରାମ ଦାସ କୃଷ୍ଣ ମନ୍ତ୍ର ର ଜପ କରୁ ଥିଲେ ଏବଂ ପୁରୀ ରେ ଗନ୍ଧର୍ବ ମଥା ତାଙ୍କର ନିବାସ ସ୍ଥଳ ଥିଲା । ବଳରାମ ଦାସ ଙ୍କ ମୁଖ୍ୟ ସଂରଚନା ହେଉଛି ଜଗମୋହନ କିମ୍ବା ଦାଣ୍ଡି ରାମାୟଣ  । ତାଙ୍କ ରଚନା ଗୁଡିକ ମଧ୍ୟ ରେ କମଳା  ଲୋଚନ ଛୋଟ ହଉଚି ବହୁତ ଲୋକପ୍ରିୟ , ୟାକୁ ଛାଡି ମଧ୍ୟ ସେ ବହୁତ ଗୁଡ଼େ ରଚନା ଲେଖି ଛନ୍ତି, ଯାହା କି ଆଜି ବି ଓଡ଼ିଆ ସଂକ୍ଷରୁଟି ର ଧରୋହର ବୋଲି କହି

ହେବ  ।

ବଳରାମ ଦାସ ବଟ ଅବକାଶ ରେ ଲେଖି ଛନ୍ତି  ପ୍ରଭୁ ଜଗନ୍ନାଥ ଙ୍କୁ ୬୪ ଯୋଗିନୀ ମାନେ ସେବା କରନ୍ତି । ତାଙ୍କ ସଂରଚନା ବିରାଟ ଗୀତା ରେ ସେ ଶ୍ରୀ କୃଷ୍ଣଙ୍କ ନିରାକାର ରୂପ କୁ ଶୂନ୍ୟ ବୋଲି ବର୍ଣନା କରି ଛନ୍ତି । ସେ ଜଣେ କବି ସାଙ୍ଗରେ ଏକ ଵିଶିତ ସମାଜ ସେବି ଏବଂ ପ୍ରଚାରକ ମଧ୍ୟ ଥିଲେ ଏବଂ ଜଣେ ଗଣନା ପଣ୍ଡିତ ଭାବେ ମଧ୍ୟ କ୍ଷତି ପ୍ରାପ୍ତ କରି ଥିଲେ । ୧୫୪୦ ମସିହା ରେ ସେ ହଠାତ୍ହ ଶୂନ୍ୟ ରେ ମିଶି ଗଲେ ଏବଂ ତାଙ୍କ ଶରୀର ପୂର୍ଣତୟା ଉଭାନ ହେଇ ଯାଇ ଥିଲା ॥

ଅଚ୍ୟୁତାନନ୍ଦ ଦାସ

ପଞ୍ଚସଖା ଙ୍କ ମଧ୍ୟ ରେ ବହୁ ଚର୍ଚିତ କବି ଏବଂ ସନ୍ଥ ହଉ ଛନ୍ତି ପ୍ରଭୁ ଅଚ୍ୟୁତାନନ୍ଦ ଦାସ । ଅଚ୍ୟୁତାନନ୍ଦ ଦାସ ଙ୍କ ଜନ୍ମ ୧୪୮୫ ରେ ତିଲକନା ଗ୍ରାମ ,ନେମାଳ ବ୍ଲକ କଟକ ଅଂଚଳ ରେ ହେଇ ଥିଲା । ତାଙ୍କ ପିତା ଦୀନବନ୍ଧୁ ଖୁଣ୍ଟିଆ ଏବଂ ମାତା ପଦ୍ମାବତୀ , ତାଙ୍କ ଅଜା ଶ୍ରୀ ଗୋପୀନାଥ ମହାନ୍ତି ଗଜପତି ମହାରାଜା ଙ୍କ ସେନା ରେ କାର୍ଯ୍ୟରତ ଥିଲେ । ଅଚ୍ୟୁତାନନ୍ଦ ଦାସ ଙ୍କ ପିଲା ବେଳ ର ନାମ ଅଗନି ଥିଲା ।

ପିଲାବେଳେ ତାଙ୍କୁ ପ୍ରଭୁ ସ୍ବପ୍ନ ରେ ଦର୍ଶନ ଦେଇ ତାଙ୍କୁ ଗୀତା , ଉପନିଷଦ ଏବଂ ତନ୍ତ୍ର ବିଦ୍ୟା ର ଜ୍ଞାନ ପ୍ରଦାନ କରି ଥିଲେ । ଏହି ସ୍ୱପ୍ନାଦେଶ ପରେ ସଂଗେ ସଂଗେ ସେ ତୀର୍ଥ କରିବା ପାଇଁ ଚାଲି ଯାଇ ଥିଲେ ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁ ଙ୍କୁ ଭେଟି ତାଙ୍କ ଦ୍ୱାରା ହରିନାମ  ଙ୍କ ଦୀକ୍ଷା ଗ୍ରହଣ କରି ଥିଲେ ।

ଅଚ୍ୟୁତାନନ୍ଦ ଙ୍କ ଦୀକ୍ଷା ଗ୍ରହଣ କଲା ବେଳେ ସନାତନ ଗୋସ୍ୱାମୀ ଙ୍କ ସର୍ବେକ୍ଷଣ ରେ ରହିବାକୁ ନିର୍ଦେଶ ଦେଇ ଥିଲେ । ଅଚ୍ୟୁତାନନ୍ଦ ଦାସ ରଘୁରନା ଚମ୍ପତି ରାୟ ଙ୍କ କନ୍ୟା ଙ୍କୁ ବିବାହ କରି ଧଉଳିଗ୍ରାମ ରେ ଅବସ୍ଥାପନ କଲେ । ରାଜା ଙ୍କ କୃପାରୁ ବାଙ୍କୀ ମୁହାଣ ଅଂଚଳ ରେ କିଛି ଜମି ଦାନ ସ୍ୱରୂପ ରେ ପାଇ ଥିଲେ । ଅଚ୍ୟୁତାନନ୍ଦ ଦାସ ସଦା ବେଳେ ରାଧା ମନ୍ତ୍ର ର ଜପ କରୁ ଥିଲେ ଏବଂ ସେହି ମନ୍ତ୍ର କୁ ହିଁ ପ୍ରଚାର କରୁ ଥିଲେ ।

ଅଚ୍ୟୁତାନନ୍ଦ ମହାପ୍ରଭୁ ଙ୍କ ୧୩  ବିଷୟ ବିଶିଷ୍ଟ ଭବିଷ୍ୟବାଣୀ ର ପୁସ୍ତକ ଲେଖି ଥିଲେ ଯାହା ଅଚ୍ୟୁତାନନ୍ଦ ମାଳିକା ନାମରେ ପ୍ରସିଦ୍ଧ ।

ଏହି ପୁସ୍ତକ ରେ  ଶ୍ରୀ ଅଚ୍ୟୁତାନନ୍ଦ ପୁରୀ ଏବଂ ଓଡିଶା କୁ ନେଇ ବିରଳ ଭବିଷ୍ୟବାଣୀ କରିଛନ୍ତି , ସେ ମାଳିକା ରେ ଲେଖି ଛନ୍ତି ଯେ କଲି ଯୁଗର ର ଶେଷ ରେ ପ୍ରଭୁ ଶ୍ରୀ ଜଗନ୍ନାଥ ପୁରୀ ଛାଡି ଛତିଆବଟ ପ୍ରତ୍ୟାବର୍ତନ କରିବେ , କଳ୍କୀ ଅବତାର ଧରା ପୃଷ୍ଠ କୁ ଓଲ୍ହାଇ ଆସି ପାପୀ ମାନଙ୍କ ସଂହାର କରିବେ ଏବଂ ସତ୍ୟ କୁ ପୁନର୍ବାର ପୃଥିବୀ ରେ ସ୍ଥାପନ କରିବେ । ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ଅନୁସାରେ ସତ୍ୟ ଯୁଗ ର ଆରମ୍ଭ ଓଡିଶା ରୁ ଆରମ୍ଭ କରିବେ ପ୍ରଭୁ ଜଗନ୍ନାଥ ॥

ଶ୍ରୀ ଅଚ୍ୟୁତାନନ୍ଦ ବିଭିନ ଧାର୍ମିକ ଗ୍ରନ୍ଥ ଗୁଡିକୁ ଓଡ଼ିଆ ରେ ଅନୁବାଦ କରିଛନ୍ତି ଯଥାକ୍ରମେ ହରିବଂଶ , ତତ୍ତ୍ଵ ବୋଧୀନି , ଶୂନ୍ୟ ସଂହିତା , ଜ୍ୟୋତି ସଂହିତା , ……

ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ଗୋଟିଏ  ପୁସ୍ତକ ରେ ପଞ୍ଚ ସଖା ଙ୍କ ବର୍ଣନା ରହିଛି ଯାଉ ମାନେ କୀ ଧର୍ମ ର ପ୍ରଚାର ବିସ୍ତାର କରୁ ଥିଲେ ଏବଂ ଏକ ରାହାସଂକିର୍ତନ ର ଆୟୋଜନ କରିଥିଲେ ଏବଂ ବହୁ ଭଜନ ମଧ୍ୟ ଲେଖି ଥିଲେ । ଗୋଟେ ଲଘୁ ଗପ ଅନୁଯାୟୀ ଥରେ କିଛି ବ୍ରାହ୍ମଣ ସମ୍ପ୍ରଦାୟ ର ଲୋକେ ତାଙ୍କ ଉପରେ ଆକ୍ରମଣ କରି ଥିଲେ , କିନ୍ତୁ ଶ୍ରୀ ଅଚ୍ୟୁତାନନ୍ଦ ନିଜର ଲାଘିମା ଯୋଗ ସିଦ୍ଧି ର ବ୍ୟବହାର କରି ବୀଜ ଶରୀର କୁ ବହୁ ପରିମାଣ ରେ ହାଲୁକା କରି ଦେଇ ପବନ ରେ ଉଠି ଆକାଶ ମାର୍ଗ ରେ ଚଲନ କରି ନିଜକୁ ଆକ୍ରମଣ ରୁ ବଞ୍ଚାଇ ପାରି ଥିଲେ ।

ଶ୍ରୀ ଅଚ୍ୟୁତାନନ୍ଦ ସଗୁଣ ଏବଂ ନିର୍ଗୁଣ କୁ ପୂଜା କରିବା ବିଷୟରେ ତତ୍ୱାବଧାନ ଦେଇ ଦ୍ୱୈତ ଏବଂ ଅଦ୍ୱୈତ ପଦ୍ଧତି କୁ ଏକାଠି କରି ଥିଲେ ।

ସେ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ରେ ଦେହ ତ୍ୟାଗ କରି ନିଜକୁ ନିର୍ବିକାର ରେ ମିଶାଇ ଦେଇ ମହାପ୍ରୟାଣ କରି ଥିଲେ ଏବଂ ନିଜର ଇହ ଲୀଳା ସମାପ୍ତ କରି ଆମ ମାନଙ୍କୁ ଜ୍ଞାନ ର ଭଣ୍ଡାର ଦେଇ ଆମକୁ ଏକ କରି ଛାଡି ଚାଲି ଯାଇ ଥିଲେ ॥

ଅତିବଡ଼ି ଜଗନ୍ନାଥ ଦାସ

ଅତିବଡ଼ି ଜଗନ୍ନାଥ ଦାସ  ଙ୍କ ଜନ୍ମ ୧୪୮୭ ମସିହା ରାଧାଷ୍ଟମୀ ତିଥି ରେ କପିଳେଶ୍ୱରପୁର ଗ୍ରାମ ରେ ହେଇ ଥିଲା ପିତା ଭଗବାନ ଦାସ ଏବଂ ମତ ପଦ୍ମାବତୀ ଦେବୀ ଙ୍କ କୁଳନନ୍ଦନ ରୂପରେ । କଥା ଅଛି ଯେ ରାଧାଷ୍ଟମୀ ରେ ଜନ୍ମ ହେଇ ଥିବା ଯୋଗୁ ରାଧିକା ରାଣୀ ଙ୍କ ସହ ତାଙ୍କର ନିବିଡ ସମ୍ପର୍କ ଥିଲା ।

ଭଗବାନ ଦାସ ଶ୍ରୀ ଜଗନ୍ନାଥ ମନ୍ଦିର ରେ ଭାଗବତ ପୁରାଣ ଗାନ କରୁ ଥିଲେ , ଆଉ ତାଙ୍କ ପୁରାଣ ପାଠ ଏତେ ସୁନ୍ଦର ହଉ ଥିଲା ଯେ ମହାରାଜ ପ୍ରତାପରୁଦ୍ର ଦେବ ତାଙ୍କୁ “ପୁରାଣ ପଣ୍ଡା ” ର ଉପାଧି ମଧ୍ୟ ଦେଇ ଥିଲେ । ମହାପ୍ରଭୁ ଶ୍ରୀ ଚୈତନ୍ୟ ୧୮ ବର୍ଷୀୟ ଭଗବାନ ଦାସ ଙ୍କୁ ଜଗନ୍ନାଥ ମନ୍ଦିର ର ବାଟ ଗଣେଶ ଙ୍କ ପାଖରେ ବସି ପାଠ କରୁ ଥିବା ର ଦେଖି ବହୁ ବିସ୍ମିତ ହେଇ ଥିଲେ ଏବଂ ଏକ ଅଙ୍ଗବସ୍ତ୍ର ଦାନ କରି ତାଙ୍କୁ ଅତିବଡ଼ି ର ଉପାଧି ଦେଇ ସମ୍ମାନିତ କରି ଥିଲେ ।

ଲୋକ କଥା ରେ ଵ୍ୟାଖ୍ୟାନ ରହିଛି ଯେ ଜଗନ୍ନାଥ ଦାସ ପୁରୁଷ ଏବଂ ସ୍ତ୍ରୀ ମାନଙ୍କ ସହ ସହର୍ଷେ ମିଶୁ ଥିଲେ ଏବଂ ଲୋକ ମାନଙ୍କ ଘରେ ମଧ୍ୟ ପୁରାଣ ପାଠ ଏବଂ ଆଲୋଚନା ପାଇଁ ଯାଉ ଥିଲେ , କୁହା ଯାଏ ଯେ ତାଙ୍କ ସମ୍ପର୍କ ମେଧା ଏବଂ ସୁମେଧା ଙ୍କ ସାଙ୍ଗେ ବି ଥିଲା ଯିଏ କି ଐଶ୍ୱରୀୟ ଶକ୍ତି ରେ ପରିପୂର୍ଣ ବୋଲି କୁହାଯାଏ ଏବଂ ସେମାନେ ଜଗନ୍ନାଥ ମନ୍ଦିର କୁ ପହଡ଼ ପଡିଲା ପରେ ପ୍ରଭୁ ଙ୍କ ଦର୍ଶନ ନିମନ୍ତେ ଯାନ୍ତି। କିଛି ଲୋକ ମାନେ ମହାରାଜା ପ୍ରତାପରୁଦ୍ର ଙ୍କୁ ଗୁହାରୀ କଲେ ଯେ ଜଗନ୍ନାଥ ଦାସ ମହିଳା ମାନଙ୍କ ସାଙ୍ଗେ କୁସମ୍ପର୍କ କିମ୍ବା ଅବୈଧ ସମ୍ପର୍କ ରେ ଲିପ୍ତ ଅଛନ୍ତି ଏବଂ ରାଜା କ୍ରୋଧିତ ହୋଇ ତାଙ୍କୁ କାରାଦଣ୍ଡ ରେ ଦଣ୍ଡିତ କଲେ । କିନ୍ତୁ ଜଗନ୍ନାଥ ଦାସ ବାରମ୍ବାର କହୁ ଥିଲେ ଯେ ସେ ନିଜକୁ ଉଭୟ ପୁରୁଷ ଓ ସ୍ତ୍ରୀ ବୋଲି ଜାଣନ୍ତି , କିନ୍ତୁ ରାଜା ବିଶ୍ୱାସ ନ କାରୀ ତାଙ୍କୁ କାରାବାସ ରେ ବନ୍ଦୀ କରି ନେଲେ ।

କିନ୍ତୁ ବିଧାତା ର ନିୟମ କୁ ବା କିଏ ସେ ଜାଣେ, କାରାଗାର ଭିତରେ ଜଗନ୍ନାଥ ଦାସ ଜାଣେ ସ୍ତ୍ରୀ ବେଶ ରେ ଦେଖା ଦେଲେ ଯାଉଥିରେ ବନ୍ଦୀଶାଳା ର ପ୍ରହରୀ ମାନେ ବିସ୍ମିତ ହୋଇ ରାଜାଙ୍କୁ ସମାଚାର ଦେଇ ଥିଲେ , ରାଜା କାରାଗାର ରେ ଆସି ଦେଖନ୍ତି ଯେ ଅତିବଡ଼ି ଜଗନ୍ନାଥ ଦାସ ଜାଣେ ମହିଳା ଙ୍କ ରୂପ ରେ ଅଛନ୍ତି , ଏହା ଦେଖି ରାଜା ନିଜ ଭୁଲ ବୁଝି ପରି ତାଙ୍କୁ ସସମ୍ମାନେ କାରାଗାର ରୁ ମୁକ୍ତ କରି ଦେଲେ ଏବଂ ତାଙ୍କୁ ରାଜମହଲ କୁ ନିମନ୍ତ୍ରଣ କରି ପାବଛତି ଆଣିଲେ ନିଜ ପାଟରାଣୀଙ୍କୁ ଭକ୍ତି ଯୋଗ ର ଜ୍ଞାନ ଦେବା ପାଇଁ । ରାଜା ପ୍ରତାପରୁଦ୍ର ଦେବ ତାଙ୍କୁ ଭୂମି ଦାନ ରେ ଦେଲେ ନିଜ ମଠ ସ୍ଥାପନ କରିବା ପାଇଁ ଯାହା କି ବଡ ଓଡ଼ିଆ ମଠ ନାମ ରେ ଆଜି ବି ସୁପ୍ରସିଦ୍ଧ ।

କୁହା ଯାଏ ଯେ ନାରଦ ମୁନି ଙ୍କ ନିର୍ଦ୍ଧେଶକ୍ରମେ ଅତିବଡ଼ି ଜଗନ୍ନାଥ ଦାସ ଶ୍ରୀମଦ ଭଗବତମ କୁ ଓଡ଼ିଆ ରେ ଅନୁବାଦନ କରି ଥିଲେ । ଏହି ଅନୁବାଦନ ଯୋଗୁ ସେ ବହୁ ପ୍ରସିଦ୍ଧ ହେଲେ ଏବଂ ସବୁ ଓଡ଼ିଆଙ୍କ ଘରେ ଘରେ ପୂଜା ପାଉଛନ୍ତି  ଆଜି ବି। ଜଗନ୍ନାଥ ଦାସ ଙ୍କ ଏହି ଭାଗବତ କୁ ତୁଲସୀଦାସ ଙ୍କ ରାମ ଚରିତ ମାନସ ସହ ସମତୁଲ୍ୟ ବୋଲି ମନା ଯାଏ ।

ଜଗନ୍ନାଥ ଦାସ ଙ୍କ ବହୁ ଗୁଡ଼େ ସଂରଚନା ଅଚ୍ଛି ଯଥାକ୍ରମେ ଗୁପ୍ତ ଭାଗବତ ,ତୁଳା ବିନା , ସୋଲ ଚାପଡ଼ି, ଚାରି ଚାପଡ଼ି , ଦାରୁ ବ୍ରହ୍ମ ଗୀତ , …..

ଅତିବଡ଼ି ଜଗନ୍ନାଥ ଦାସ ରାମ ମନ୍ତ୍ର ର ଜପ କରୁ ଥିଲେ ଏବଂ ତାର ପ୍ରଚାର ପ୍ରସାର କରୁ ଥିଲେ । ପୁରୀ ରେ ସେ ଦୁଇଟି ମଠ ସ୍ଥାପନ କରି ଛନ୍ତି ଯଥା ବଡ ଓଡ଼ିଆ ମଠ ଏବଂ ସତଲହରୀ ମଠ । ତାଙ୍କ ପ୍ରମୁଖ ଶିଷ୍ୟ ବାଲିଗା ଦାସ ଅଟନ୍ତି ।

ଜଗନ୍ନାଥ ଦାସ ୧୫୫୭ ମସିହା ଶୁକ୍ଳ ମାଘ ସପ୍ତମୀ ରେ ଦେହତ୍ୟାଗ କରିଲେ ଏବାଙ୍ଗ ତାଙ୍କ ସମାଧି ଆଜି ବି ସମୁଦ୍ର କୁଳ ରେ ଅବସ୍ଥିତ ॥

ଯଶୋବନ୍ତ ଦାସ

ପଞ୍ଚସଖା ର ଅନ୍ୟତମ କବି ଯଶୋବନ୍ତ ଦାସ ଙ୍କ ଜନ୍ମ ୧୪୮୨ ମସିହା ରେ କ୍ଷତ୍ରିୟ ସମ୍ପ୍ରଦାୟ ର ପରିବାର ରେ ଗ୍ରାମ ଆରଙ୍ଗ ନନ୍ଦୀ ଜିଲ୍ଲା କଟକ ରେ ହେଇ ଥିଲା । ତାଙ୍କ ପିତା ଙ୍କ ନାମ ବଳଭଦ୍ର ମଳ ଏବଂ ମାତା ଶ୍ରୀମତୀ ରେଖା ଦେବୀ ।

ତାଙ୍କ ବିବାହ ଆରଙ୍ଗ ରାଜା ରଘୁନାଥ ଚମ୍ପତି ଙ୍କ କନ୍ୟା ଆୟୁସମତି ଅଞ୍ଜନା ଦେବୀ ଙ୍କ ସହିତ ସମ୍ପନ୍ନ ହେଇ ଥିଲା ।

ଜୀବନ ର ପ୍ରଚ୍ଛଦ ପଟ ରେ ସେ ସନ୍ୟାସ ନେଇ ବହୁତ ଧାର୍ମିକ କ୍ଷେତ୍ର ରେ ଭ୍ରମଣ କରୁଥିଲେ ।

କୁହ ଯାଏ ଯେ ସେ ଭକ୍ତ ସାଲବେଗ ଙ୍କ ଅନୁଚର ଶିଷ୍ୟ ଅଟନ୍ତି ।

ସେ ଶ୍ୟାମ ମୂଳ ମନ୍ତ୍ର ର ଗାନ କରୁ ଥିଲେ ଏବଂ ପ୍ରଚାର ପ୍ରସାର କରୁ ଥିଲେ ॥

ସେ ତାଙ୍କ ଭ୍ରମଣ ସମୟ ରେ ଦିବ୍ୟ ଶକ୍ତି ପାଇଥିଲେ ଯାହା ପ୍ରେରଣ ରେ ସେ ନିଜ ଇଚ୍ଛା ରେ ଯେ କୌଣସି ସ୍ୱରୂପ ଅହିଗ୍ରହଣ କରି ପାରୁ ଥିଲେ । ତାଙ୍କ ଲେଖା ଯାଇ ଥିବା ଭଜନ ଗୁଡିକ ରୁ ମୁଖ୍ୟ ହଉଛନ୍ତି ଗୋବିନ୍ଦ ଚନ୍ଦ୍ର , ଶିବ ସରୋଦୟ ,  ଶାସ୍ତି ମାଳା, ପ୍ରେମ ଭକ୍ତି, ବ୍ରହ୍ମ ଗୀତା, ଇତ୍ୟାଦି । ଗୋବିନ୍ଦର ଚନ୍ଦ୍ର ଭଜନ ଟି ଅସସମ , ପଶ୍ଚିମ ବଙ୍ଗ , ଏବଂ ଉତ୍ତର ଭାରତ ରେ ବହୁତ ଲୋକପ୍ରିୟ ହେଇ ଥିଲା ।

ଏହି ଭଜନ ଗୁଡିକ ପ୍ରମୁଖ ନୃତ୍ୟ କଳା ଏବଂ ନୃତ୍ୟ ପରିବେଷଣ ର ନିୟମାବଳୀ ବୈଷ୍ଣବ ସଂସ୍କୃତି ରେ ପରିବେଷଣ ଆଉ ଅନୁପ୍ରାଣିତ ହେଇ ଥିଲା । ତାଙ୍କ ମୁଖ୍ୟ ଶିଷ୍ୟ ଭାବେ ଲୋହି ଦାସ ଅତି ପରିଚିତ ।

ଯଶୋବନ୍ତ ଦାସ ମାର୍ଗଶିର ମାସ ଶୁକ୍ଳ ଷଷ୍ଠୀ ତିଥି ରେ ଦେହ ତ୍ୟାଗ କରି ବିଷ୍ଣୁ ଭଗବାନ ଙ୍କ ସହ ମିଶି ଯାଇ ଥିଲେ ॥

ଶିଶୁ ଅନନ୍ତ ଦାସ

ଶିଶୁ ଅନନ୍ତ ଦାସ ୧୪୮୮ ମସିହା ବାଲିପାଟଣା ଗ୍ରାମ ରେ ପିତା କପିଳ  ଏବଂ ମାତା  ଗୌର ଦେବୀ ଙ୍କ ପୁତ୍ର ଭାବେ ଜନ୍ମ ଗ୍ରହଣ କରି ଥିଲେ । କଥା ରେ ଆସିଛି ଯେ ସ୍ୱପ୍ନାଦେଶ ରେ ପ୍ରଭୁ ସୂର୍ଯ୍ୟନାରାୟଣ ଙ୍କ ଆଦେଶ ରେ ଅନୁପ୍ରାଣିତ ହୋଇ ସେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଙ୍କୁ ଭେଟି ଥିଲେ । ସେ ନିତ୍ୟାନନ୍ଦ ପ୍ରଭୁ ଙ୍କ ପାଖରେ ଦୀକ୍ଷା ଗ୍ରହଣ କରି ଥିଲେ । ଶିଶୁ ଅନନ୍ତ ଦାସ ଖଣ୍ଡଗିରି ଅଂଚଳ ରେ ବସବାସ କରୁ ଥିଲେ , ଯଉ ସ୍ଥାନ ରେ ସେ ନିବାସ କରୁ ଥିଲେ, ସେହି ସ୍ଥାନ କୁ ଆମେ ଆଜି ଗଡ଼ି ତପୋବନ ଆଶ୍ରମ ଭାବେ ଜାଣି ଛନ୍ତି । ତପ ଦ୍ୱାରା ସେ ଦିବ୍ୟ ଶକ୍ତି ର ଅଧିକାରୀ ହେଇ ଥିଲେ ଏବଂ ନିଜକୁ ନିଜ ଇଚ୍ଛା ଅନୁସାରେ ଶିଶୁ ରୂପ କୁ ଆରୋହଣ କରି ପାରୁ ଥିଲେ । ଏହି ଶିଶୁ ରୂପ ରେ  ମହାରାଜା ପ୍ରତାପରୁଦ୍ର ଏବଂ ତାଙ୍କ ଧର୍ମପତ୍ନୀ ଶିଶୁ ଅନନ୍ତ ଦାସ ଙ୍କୁ ନିଜ ପୁତ୍ର ଭାବେ ଗ୍ରହଣ କରି ଥିଲେ ଏବଂ ତାଙ୍କ ସେବା କରୁ ଥିଲେ ।

ଶିଶୁ ଅନନ୍ତ ଦାସ ପତିତ ପାବନ ବିଗ୍ରହ କୁ ବାଲିଆ ପାଟଣା ମଠ ରୁ ଉଦ୍ଧାର କରି ଥିଲେ । ତାଙ୍କ ଶିଷ୍ୟ ମାନଙ୍କ ଭିତରେ ବାରଙ୍ଗ ଦାସ, ହଂସ ଦାସ , ଶିଶୁ ଦାସ ଅନ୍ୟତମ  ।

ଶିଶୁ ଅନନ୍ତ ଦାସ ଭକ୍ତି ମୁକ୍ତି ଦୟା ଗୀତ ଲେଖି ଥିଲେ , ଯାହା କି ଓଡିଶା ସଂସ୍କୃତି ର ବହୁ ପୁରାତନ ଏବଂ ସ୍ପଷ୍ଟ ଲେଖା ଭାବେ ଗ୍ରହଣ କରା ଯାଇ ଅଛି । ତାଙ୍କ ଲେଖା ଭିତରେ ଶିଶୁ ଦେବ ଗୀତ , ଅର୍ଥ ତାରାଣୀ , ଉଦେଭକର , ତୀରଭାକଣ,ମାଳିକା, ଏବଂ ବହୁତ ଗୁଡ଼େ ଭକ୍ତି ପୁର୍ଣ ଭଜନ ଉଲ୍ଲେଖଯୋଗ୍ୟ  ।

ଆମ ସଂସ୍କୃତି ରେ ଏତେ ବଡ଼ ବଡ଼ ସନ୍ଥ କବି ମହାପୁରୁଷ ଙ୍କ ଆବିର୍ଭାବ ହେଇ ଥିଲେ ମଧ୍ୟ , ଆମ ସଂସ୍କୃତୀ କୁ ଲୋକ ବିଶ୍ୱ ପ୍ରଚ୍ଛଦପଟ ରେ ଜାଣି ନାହାନ୍ତି ।। ଏହାର ମୂଳ କାରଣ ହଉଛି ଆମ ଲୋକ ଏବଂ ଆମ ସରକାର ଙ୍କ ଅବହେଳା ଆଉ ହେ ଜ୍ଞାନ । ଆସନ୍ତୁ ଆମେ ମାନେ ଆମ ଏତେ ପ୍ରାଚୀନ ଏବଂ ମହତ୍ତ ସଂସ୍କୃତି କୁ ଉନ୍ମୋଚନ କରି ଉଜାଗର କରି , ଲୋକଲୋଚନ କୁ ଆଣିବା ଏବଂ ଆମ ଅବହେଳା ର ଶିକାର ପଞ୍ଚସଖା ଙ୍କୁ ଉଦ୍ଧାର କରିବା ॥

ହେଲେ ମନ ଭିତରେ ଗୋଟେ ପ୍ରଶ୍ନ ହୁଁକି ମାରୁଛି ଯେ କଳିଙ୍ଗ ସଂସ୍କୃତି ର ସଦ୍ୟତମ କବି ସନ୍ଥ ଆମ ପଞ୍ଚସଖା ଙ୍କୁ ଅବହେଳା କାହିଁକି କରା ଯାଉ ଅଛି ?

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments