Tuesday, August 26, 2025
spot_imgspot_img
Homeତାଜା ଖବରବଦଳିଲା ଜମି କିଣାବିକା ନିୟମ : ପ୍ରଥମେ ଅନଲାଇନ୍ ସ୍ଲଟ୍ ବୁକିଂ, ତା’ପରେ ରେଜିଷ୍ଟ୍ରେସନ

ବଦଳିଲା ଜମି କିଣାବିକା ନିୟମ : ପ୍ରଥମେ ଅନଲାଇନ୍ ସ୍ଲଟ୍ ବୁକିଂ, ତା’ପରେ ରେଜିଷ୍ଟ୍ରେସନ

ଜମି କିଣାବିକାକୁ ନେଇ ରାଜ୍ୟ ସରକାର ନୂଆ ନିୟମ ଲାଗୁ କରିଛନ୍ତି । ଜମିଜମା ଇ-ରେଜିଷ୍ଟ୍ରେସନ ବା ପଞ୍ଜିକରଣ ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଭିଡ଼ ସମସ୍ୟା ଦୂର କରିବା ଲାଗି ଏଣିକି ଅନ୍‌ ଲାଇନ୍‌ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ। ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜୀକରଣ ‌ହେବ । ଆଇଜିଆର (ଇନ୍‌ସପେକ୍ଟର ଜେନେରାଲ ଅଫ୍‌ ରେଜିଷ୍ଟେ୍ରସନ୍‌)ଙ୍କ ପକ୍ଷରୁ ଆଜି ସଂପର୍କରେ ଘୋଷଣା କରାଯାଇଛି। ଘୋଷଣା ଅନୁଯାୟୀ ଏଣିକି ଜମି କିଣାବିକା ବା ଯେକୌଣସି ସେଲ୍‌ ଡିଡ୍‌ ବା ପଞ୍ଜୀକରଣ ପାଇଁ ସବ ରେଜିଷ୍ଟ୍ରାର ଅଫିସରେ ଭିଡ଼ ଲଗାଇବାର ଆବଶ୍ୟକତା ରହିବ ନାହିଁ । ଜମି କିଣାବିକା ପାଇଁ ଅନଲାଇନରେ ଆଗୁଆ ସ୍ଲଟ୍‌ ବୁକିଂ କରିବାକୁ ପଡ଼ିବ। ସ୍ଲଟ୍‌ରେ ମିଳିଥିବା ସମୟ ଅନୁସାରେ ଜମି ପଞ୍ଜୀକରଣ ହେବ। ଅନଲାଇନ୍‌ରେ ପୂର୍ବରୁ ପଞ୍ଜୀକରଣ କରି ସ୍ଲଟ୍ ନେଇ ନଥିଲେ ଜମି କିଣାବିକା ପାଇଁ ଅନୁମତି ମିଳିବ ନାହିଁ । କର୍ଣ୍ଣାଟକ କ୍ୟାବିନେଟ ସମ୍ପ୍ରସାରଣ: ମନ୍ତ୍ରୀ ଭାବେ ଶପଥ ନେଲେ 24 ବିଧାୟକ, ଜାଣନ୍ତୁ କାହା ଶିବିବରୁ ରହିଛନ୍ତି କିଏ ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛି । ପୂର୍ବରୁ ଅନଲାଇନ୍ ସ୍ଲଟ ନେଇ ନଥିଲେ ଜମି କିଣାବିକା ପାଇଁ ଅନୁମତି ମିଳିବ ନାହିଁ ବୋଲି ଆଇଜିଆରଙ୍କ ପକ୍ଷରୁ କୁହାଯାଇଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଫଳରେ ଅନଲାଇନରେ ପଞ୍ଜିକରଣ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବାକୁ ଯଥେଷ୍ଟ ସମୟ ପାଇବେ । ଜାଲିଆତି ଉପରେ ଅଙ୍କୁଶ ଲାଗି ପାରିବ । ରାଜ୍ୟର ୨୦୫ଟି ରେଜିଷ୍ଟ୍ରେସନ କେନ୍ଦ୍ରରେ ଅନଲାଇନ୍ ସ୍ଲଟ ବୁକିଂ କରାଯାଉଥିବା ବେଳେ ଏନେଇ ବିଧିବଦ୍ଧ ଭାବେ ଗେଜେଟ୍ ପ୍ରକାଶ ପାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments