ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଆଜି ୧୮ଟି ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ୍ ମୋହର । ‘ମୋ ଘର’ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ ସହ ଏହି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ସେହିପରି ଆଜି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ମଧ୍ୟ ମଞ୍ଜୁରୀ ମିଳିଛି । ବିଶ୍ୱବିଦ୍ୟାଳୟ ପାଇଁ ୩୩୦.୧୭ କୋଟି ମଞ୍ଜୁର । ବଲାଙ୍ଗିର୍ ଜିଲ୍ଲାରେ ୬ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ଯାହା ଦ୍ୱାରା ୨୨୨ ଗାଁର ୧.୬୧ ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇପାରିବେ । ଅନ୍ୟପଟେ ଗଜପତିର ୨ଟି ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି ଯେଉଁଥି ପାଇଁ ଖର୍ଚ୍ଚ ହେବ ୩୭୯.୧୭ କୋଟି । VSSUTର ଉନ୍ନତୀକରଣ ପାଇଁ ୨ ହଜାର କୋଟିକୁ ଅନୁମୋଦନ ମିଳିଛି । ସେହିପରି ବେସରକାରୀ ଓ ଜୁନିଅର କଲେଜର ଲାଇବ୍ରେରୀ ଆଟେଣ୍ତାଣ୍ଟ ପଦବୀ ପୂରଣ ପାଇଁ ମଧ୍ୟ ମଞ୍ଜୁରୀ ମିଳିଛି । ସୂଚନାଥାଉ ଯେ, ଆଜି ନବୀନ ପଟ୍ଟନାୟକଙ୍କ ୫ମ ପାଳିର ସରକାରକୁ ପୁରିଲା ୪ ବର୍ଷ । ଏହି ଅବସରରେ ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି ରାଜ୍ୟ ସରକାର ।
