ରାଜଧାନୀ ଭୁବନେଶ୍ୱରରେ ଦନ୍ତା ହାତୀ ଆତଙ୍କ । ବିଳମ୍ବିତ ରାତିରେ ସାଲିଆ ସାହିରେ ଏକ ଦନ୍ତା ଦେଖିବାକୁ ମିଳିଥିଲା । ଯାହାକୁ ଦେଖିବା ପରେ ଘଉଡାଇବାକୁ ନାକେଦମ ହୋଇଥିଲା ବନ ବିଭାଗ ଓ ପୋଲିସ । ଭୁବନେଶ୍ୱରର ସାଲିଆ ସାହିକୁ ପଶିଆସିଥିଲା ଏହି ହାତୀଟି । ଖବର ପାଇ ବନ ବିଭାଗ ହାତୀକୁ ଘଉଡାଇବାକୁ ଉଦ୍ୟମ କରିଥିଲା । ବନ ବିଭାଗ ସହ ୨ଟି ପିସିଆର୍ ଭ୍ୟାନ୍ ମଧ୍ୟ ହାତୀକୁ ସହରରୁ ବାହାରୁ ନେବା ପାଇଁ ଉଦ୍ୟମ କରିଥିଲା ।

