Tuesday, August 26, 2025
spot_imgspot_img
Homeତାଜା ଖବରପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ଠାଘର ସୁନ୍ଦରଗଡ଼ର ‘ଦେଓଧର’

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ଠାଘର ସୁନ୍ଦରଗଡ଼ର ‘ଦେଓଧର’

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ‘ଦେଓଧର’। ଏହି ସ୍ଥାନଟି ସୁନ୍ଦରଗଡ଼ ସଦର ମହକୁମାଠାରୁ ପ୍ରାୟ ୧୪୦ କିଲୋମିଟର ଦୂରରେ ଥିଲେ ମଧ୍ୟ ରାଉରକେଲା ସହର ନିକଟରେ ରହିଛି । ଏଠାକାର ଘଞ୍ଚ ଜଙ୍ଗଲ ଓ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରେ।

ଦେଓଧରରେ ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟ ଅସ୍ତର ଦୃଶ୍ୟ ସହ ବ୍ରାହ୍ମଣୀ ନଦୀର ଜଳ ରାଶି ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ। ନଦୀର ଜଳ ରାଶିରେ ଠାଏ ଠାଏ ପଥର ସହିତ ନଦୀ କୂଳର ବାଲୁକା ରାଶି ଏହି ସ୍ଥଳର ସୌନ୍ଦର୍ଯ୍ୟକୁ ଆହୁରି ଦୁଇଗୁଣିତ କରିଥାଏ।

ବିଶେଷ କରି ଶୀତ ଋତୁର ଆଗମନରେ ଏଠାରେ ପର୍ଯ୍ୟଟକଙ୍କ ଭିଡ ଆରମ୍ଭ ହୋଇଯାଏ। ସବୁଜ ବନାନୀରେ ଭରି ରହିଥିବା ଏହି ସ୍ଥଳରେ ପହଞ୍ଚିଲେ ଏଠାକାର ମନୋରମ ପରିବେଶ ଆନନ୍ଦ ଦେଇଥାଏ।ବୃକ୍ଷରାଜିରେ ଭରପୁର ଦେଓଧରରେ ପର୍ଯ୍ୟଟକମାନଙ୍କ ପାଇଁ ପିକନିକ୍ କରିବାକୁ ସବୁପ୍ରକାର ସୁବିଧା ରହିଛି। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ପିକନିକ୍ କରିବାକୁ ପିଣ୍ଡି ରହିଛି। ନଳକୂପ ବସାଯାଇ ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଠାରେ ପର୍ଯ୍ୟଟକମାନେ ଗାଧୁଆ ତୁଠରେ ସ୍ନାନ ସହ ବ୍ରାହ୍ମଣୀ ନଦୀରେ ବୋଟିଂର ମଜା ମଧ୍ୟ ଉଠାଇ ପାରିବେ। ସବୁଠାରୁ ବଡ଼ କଥା ହେଲା ଏହି ପର୍ଯ୍ୟଟନସ୍ଥଳୀରେ ଶୌଚାଳୟର ସୁବିଧା ଓ ଗାଡ଼ି ପାର୍କିଂର ବ୍ୟବସ୍ଥା ରହିଛି।

ସୁନ୍ଦରଗଡ଼ରୁ ରାଉରକେଲାକୁ ସଂଯୋଗ କରୁଥିବା ୧୪୩ନଂ ଜାତୀୟ ରାଜପଥରୁ ଏଠାକୁ ରାସ୍ତା ରହିଛି। ରାଜଧାନୀ ଭୁବନେଶ୍ୱରରୁ ଟ୍ରେନ କିମ୍ୱା ବସରେ ରାଉରକେଲାରେ ପହଞ୍ଚି ସେଠାରୁ କାର ମାଧ୍ୟମରେ ଏହି ସ୍ଥାନରେ ପହଞ୍ଚିପାରିବେ। ଏହାଛଡା ଏଠାରୁ ନିକଟତମ ବିମାନବନ୍ଦର ହେଉଛି ଝାରସୁଗୁଡ଼ା, ସେଠାରୁ କାର କିମ୍ୱା ବସ୍ ଯୋଗେ ଦେଓଧରରେ ପହଞ୍ଚି ହେବ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments