Tuesday, August 26, 2025
spot_imgspot_img
Homeତାଜା ଖବରଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ

ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ

ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଅଦାଲତ ଯାଚିକାକୁ ଖାରଜ କରି କହିଛନ୍ତି, ମନୀଷ ସିସୋଦିଆଙ୍କ ବ୍ୟବହାର ଏହି ମାମଲାରେ ଠିକ୍‌ ନୁହେଁ । ସେ ସବୁ ପ୍ରମାଣକୁ ନଷ୍ଟ କରିପାରନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆପ୍‌ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଅଦାଲତ ଯାଚିକାକୁ ଖାରଜ କରି କହିଛନ୍ତି, ମନୀଷଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସଂଗୀନ । ମନୀଷ ସିସୋଦିଆଙ୍କ ବ୍ୟବହାର ଏହି ମାମଲାରେ ଠିକ୍‌ ନୁହେଁ । ସେ ସବୁ ପ୍ରମାଣକୁ ନଷ୍ଟ କରିପାରନ୍ତି । ଆଉ ହାଇକୋର୍ଟଙ୍କ ଏଭଳି ରାୟକୁ ଚ୍ୟାଲେଞ୍ଜ କରି ସିସୋଦିଆ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମନୀଷ ସିସୋଦିଆ ତଳ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଯାଚିକା ଦାଏର କରିଥିଲେ । ତେବେ କୋର୍ଟ ସିସୋସିଆଙ୍କ ଯାଚିକାକୁ ଖାରଜ କରି ପ୍ରମାଣକୁ ନେଇ ଚିନ୍ତାରେ ରହିଛନ୍ତି । ଅଦାଲତ କହିଛନ୍ତି, ମନୀଷ ସିସୋଦିଆଙ୍କ ବ୍ୟବହାର ଏହି ମାମଲାରେ ଠିକ୍‌ ନୁହେଁ । ସେ ସବୁ ପ୍ରମାଣକୁ ନଷ୍ଟ କରିପାରନ୍ତି । ମଦ ଦୁର୍ନୀତି ମାମଲାରେ ଗତ ଫେବୃଆରୀରୁ ଜେଲରେ ବନ୍ଦୀ ରହିଛନ୍ତି । ଜଷ୍ଟିସ ଦିନେଶ ଶର୍ମା ସିସୋଦିଆଙ୍କ ଯାଚିକାକୁ ଖାରଜ କରି କହିଛନ୍ତି, ସେ ଏବେ ପ୍ରଭାବଶାଳୀ ସ୍ଥିତିରେ ରହିଛନ୍ତି । ତେଣୁ ସେ ପ୍ରମାଣ ନଷ୍ଟ କରିପାରନ୍ତି । ତେଣୁ ଗତ ଶୁଣାଣିରେ ସିବିଆଇ ମନୀଷ ସିସୋଦିଆଙ୍କୁ ଜାମିନ ଆବେଦନ ଯାଚିକାକୁ ବିରୋଧ କରି ୧୧ ମେରେ ଶୁଣାଣିକୁ ସରଂକ୍ଷିତ ରଖିଥିଲେ । ସୂଚନାଯୋଗ୍ୟ, ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ଗିରଫ ହେବା ଦିନରୁ ସେ ସିବିଆଇ ହେପାଜତରେ ଥିଲେ। ସିସୋଦିଆଙ୍କୁ ସୋମବାର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରି ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଦାବି କରିଥିଲା ସିବିଆଇ । ତେବେ ମନୀଷ ସିସୋଦିଆଙ୍କ ଓକିଲ ନ୍ୟାୟିକ ହେପାଜତକୁ ଯିବା ସମୟରେ ଚଷମା, ଡାଏରୀ, ପେନ ଏବଂ ଗୀତା ନେବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଥିଲେ । ଆଉ କୋର୍ଟ ତାଙ୍କ ଅନୁମତିକୁ ଗ୍ରହଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments