ସଡକ ଦୁର୍ଘଟଣାରେ ଚାଲିଗଲା ମାଆ ଝିଅର ଜୀବନ । ଝିଅ ଦେହ ଖରାପ ହେବାରୁ ମେଡିକାଲ ନେଇଯାଉଥିଲେ ପରିବାରଲୋକେ କିନ୍ତୁ କିଏ ଯାଣିଥିଲା ବାଟରେ ବାଳ ବଟଜଗି ବସିଛି ବୋଲି । ଘଟଣା ଘଟିଛି ଜଗତସିଂହପୁର ଚଷାପଡ଼ା ଡିହସାହିରେ।
ସୂଚନା ଅନୁସାରେ, କନକପୁର ମୁଲିସିଂହ ଗାଁର ମୁକ୍ତାର ଖାଁ ତାଙ୍କ ବୋହୂ କଲିମ ବିବି ଓ ଦୁଇ ନାତୁଣୀ ଆଲିଆ ଖାତୁନ, ଆଲିସା ଖାତୁନ ଏକ ସ୍କୁଟିରେ ବାଲିକୁଦା ମେଡିକାଲ ଯାଉଥିଲେ। ହଠାତ ଦ୍ରୁତ ଗତିରେ ଆସୁଥିବା ୧୬ ଚକିଆ ଟ୍ରକ୍ ମାଡି ଆସିଥିଲା । ସ୍କୁଟିକୁ ଧକ୍କା ଦେଇ ଚାଲିଯାଇଥିଲା । ଘଟଣାସ୍ଥଳରେ ହିଁ ମାଆ କଲିମ ବିବି ଓ ୭ମାସର ଝିଅ ଆଲିଆ ଖାତୁନଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶ୍ବଶୁର ଓ ଅନ୍ୟଜଣେ ଛୁଆ। ଘଟଣାସ୍ଥଳରେ ଉତ୍ତେଜନା ସହ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ। ମୃତଦେହକୁ ଉଦ୍ଧାର କରି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବାଲିକୁଦା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ କ୍ଷତିପୂରଣ ଦାବିରେ କରିଛନ୍ତି ଗ୍ରାମବାସୀ।
