Tuesday, August 26, 2025
spot_imgspot_img
Homeତାଜା ଖବରଜିଲ୍ଲା ଟପ୍ପର୍‌ ବଣ୍ଡା ଝିଅକୁ ମିଳିଲା ସହାୟତା

ଜିଲ୍ଲା ଟପ୍ପର୍‌ ବଣ୍ଡା ଝିଅକୁ ମିଳିଲା ସହାୟତା

ମାଲକାନଗିରିର କରମା ମୁଦୁଲିଙ୍କ ଦୁଃଖ ବୁଝିଲେ 5T ସଚିବ । ମାଲକାନଗିରିର ମେଧାବୀ ଛାତ୍ରୀ କରମା ମୁଦୁଲି ମଜୁରୀ ଲାଗିବା ଖବର ଜାଣିବା ପରେ କରମାଙ୍କୁ ସବୁ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ପାଠପଢ଼ା ପାଇଁ ସ୍କଲାରସିପ୍‌ ସହିତ ତାଙ୍କ ପରିବାରକୁ ମଧ୍ୟ ବିଭିନ୍ନ ସହାୟତା ଯୋଗାଇ ଦିଆଯାଇଛି । ଫାଇଭ ଟି ସଚିବଙ୍କ ନିର୍ଦ୍ଦେଶରେ କରମାଙ୍କୁ ଭେଟି ଆଲୋଚନା କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । କରମା ଏବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷରେ ପାଠ ପଢ଼ୁଛନ୍ତି । ବାଣିଜ୍ୟରେ ଜିଲ୍ଲା ଟପର ହୋଇଥିଲେ ବଣ୍ଡା ଝିଅ ଦିନ ମଜୁରିଆ ।ଯୁକ୍ତ ୨ ବାଣିଜ୍ୟରେ ୮୨.୬୬ ପ୍ରତିଶତ ନମ୍ବର ରଖି ପାସ କରିଥିଲେ। ଜଣେ ବଣ୍ଡା ଝିଅ ବାଣିଜ୍ୟରେ ଜିଲ୍ଲା ଟପର ହବାପରେ କରମାଙ୍କ ପାଖକୁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରଶଂସାର ସୁଅ ଛୁଟିଥିଲା। ହେଲେ ଟଙ୍କା ଅଭାବରୁ ମୂଲ ଲାଗୁଥିଲେ କରମା । ତାଙ୍କ ବାପା ଜଣେ ଦିନ ମଜୁରିଆ । ଖରାଛୁଟିରେ ଘରକୁ ଫେରିଥିବା ବେଳେ ମାଲକାନଗିରି ସହରକୁ ଆସି ଦିନମଜୁରିଆ ଭାବେ କାମ କରୁଥିଲେ ।ସୂଚନା ଥାଉକି, ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟିର ମୁଦୁଲିପଡା ପଞ୍ଚାୟତ ପଡେଇଗୁଡା ଗ୍ରାମର ଦୁଦା ଓ ଶୁକ୍ରୀ ମୁଦୁଲିଙ୍କ ୨ୟ ଝିଅ କର୍ମା ମୁଦୁଲି ଗତବର୍ଷ ଯୁକ୍ତଦୁଇ ବାଣିଜ୍ୟ ରେ ୮୨.୬୬ ମାର୍କ ରଖି ପାସ୍ କରିଥିଲେ । ସେତେବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଅଗଷ୍ଟ ୧୫ତାରିଖ ସ୍ୱାଧିନତା ଦିବସରେ କର୍ମା ମୁଦୁଲିଙ୍କୁ ୧୦ ହଜାର ଟଙ୍କା ଦେଇ ଜିଲ୍ଲା ସ୍ତରରେ ସମ୍ମାନିତ କରାଯାଇଥିଲା । ପରେ ଭୁବନେଶ୍ଵରର ମୟା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ରମାଦେବୀ ମହିଳା ମହାବିଦ୍ୟାଳୟରେ ଆଡ଼ମିଶନ କରାଇଥିଲେ । ହଷ୍ଟେଲରେ ରହିବା ପାଇଁ ଟ୍ରଷ୍ଟ ପକ୍ଷରୁ ମାସିକ ଏକ ହଜାର ଟଙ୍କା ଯୋଗାଇ ଦିଆଯାଉଥିଲା ।କିନ୍ତୁ ବହି, ଖାତା ତଥା ଅନ୍ଯାନ୍ଯ ଖର୍ଚ୍ଚ ପାଇଁ ଟଙ୍କା ନଥିଲା କରମାଙ୍କ ପାଖରେ। କରମାଙ୍କ ବାପା ଜଣେ ଦିନ ମଜୁରିଆ ଭାବେ କାମ କରୁଥିବାବେଳେ ରାଜଧାନୀର ବଡ କଲେଜରେ ଝିଅକୁ ପାଠ ପଢାଇବାକୁ ସେ ସକ୍ଷମ ନଥିଲେ । ଏଣୁ ବର୍ତ୍ତମାନ କଲେଜର ଖରାଛୁଟି ହବାପରେ କରମା ନିଜ ଘରକୁ ଫେରି ଆସିଥିଲେ । ଘରକୁ ଆସିବା ପରେ ଘରେ ଅର୍ଥ ଅଭାବ ଥିବାରୁ କରମା ମାଲକାନଗିରି ସହରକୁ ଆସି ଦିନ ମଜୁରିଆ ଭାବେ କାମ କରୁଥିବା ଦେଖିବାକୁ ମିଳିଥିଲା । ୪୦ ଡିଗ୍ରୀ ଉପରେ ତାପ ମାତ୍ରା ଥିବା ବେଳେ କଷ୍ଟ ହେଲେ ମଧ୍ୟ ସେ ନିଜର ସ୍ୱପ୍ନ ପୁରଣ ପାଇଁ ଏଭଳି କାର୍ଯ୍ଯ କରୁଥିବା କୋହ ଭରା କଣ୍ଠରେ ସେ କହିଥିଲେ। ତେବେ ଏନେଇ ଅବଗତ ହେବା ପରେ ବର୍ତ୍ତମାନ କରମାଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ଏଭଳି ପଦକ୍ଷପକୁ ଏବେ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments