Tuesday, August 26, 2025
spot_imgspot_img
Homeତାଜା ଖବରପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାଙ୍କ ଜୀବନ

ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାଙ୍କ ଜୀବନ

ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ସାନକଣ୍ଟି ଗ୍ରାମରେ। ବାପା ହୃଷିକେଶ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତାଙ୍କର ବୟସ ୬୦ ବର୍ଷ ହେବ ବୋଲି କୁହାଯାଉଛି।ସୂଚନା ଅନୁଯାୟୀ, ଗତକାଲି ରାତିରେ ପୁଅ ଜିତୁର ହୃଷିକେଶ ପ୍ରଧାନଙ୍କ ସହ ଝଗଡ଼ା ହୋଇଥିଲା। ଏହାପରେ ପୁଅ ଉତକ୍ଷିପ୍ତ ହୋଇ ଟାଙ୍ଗିଆରେ ବାପାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ଟାଙ୍ଗିଆ ଚୋଟରେ ଚାଲିଯାଇଥିଲା ବାପା ହୃଷିକେଶ ପ୍ରଧାନଙ୍କର ଜୀବନ। ମଦ ପିଇ ନିଶାରେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ପିପିଲି ଥାନା ପୁଲିସ ସାନକଣ୍ଟି ଗ୍ରାମରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ କରୁଛି। ଖାଲି ସେତିକି ନୁହେଁ, ପୁଅକୁ ବି ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଏହି ଘଟଣା ପିପିଲିରେ ଚାଞ୍ଚଲ୍ୟ ଖେଳାଇଦେଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments