Tuesday, August 26, 2025
spot_imgspot_img
Homeତାଜା ଖବରବଢ଼ୁଛି ସାଇବର ଠକେଇ; ଅନଲାଇନରେ ଲୁଟିନେଲେ ୧୪ ଲକ୍ଷ

ବଢ଼ୁଛି ସାଇବର ଠକେଇ; ଅନଲାଇନରେ ଲୁଟିନେଲେ ୧୪ ଲକ୍ଷ

ସାଇବର ଥାନା ପୋଲିସ ହାତରେ ୪ ଠକ। ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମ ଲିଙ୍କରେ ଭିଡ଼ିଓକୁ ଲାଇକ ଓ ସେୟାର କରି ଟଙ୍କା ରୋଜଗାରର ଲୋଭ ଦେଖାଇ ଟଙ୍କା ଲୁଟିଥିଲେ। କିଛିଦିନ ଭଲ ରିଟର୍ଣ୍ଣ ମିଳିବା ପରେ ବିଟ୍ କଏନରେ ପୁଞ୍ଜି ନିବେଶ ପାଇଁ ପ୍ରବର୍ତ୍ତାଉ ଥିଲେ । ଲୋକଙ୍କୁ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ । ଏଭଳି ଏକ ସାଇବର ଲୁଟେରା ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଠାବ କରିଛି । ଅନଲାଇନରେ ୧୪ ଲକ୍ଷ ଟଙ୍କା ଲୁଟିଥିବା ୪ ସାଇବର ଠକଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ବିବେକାନନ୍ଦ ମଲିକ, ସପନ କୁମାର ଦଳେଇ , ସୁନିଲ କୁମାର ଦାସ ଓ ବିଜନ କୁମାର ପଣ୍ଡା । ୪ ଜଣ ବାଲେଶ୍ବର ଜିଲ୍ଲାର ହୋଇଥିବା ଜଣାପଡିଛି ।

୪ ଜଣକ ଆକାଉଣ୍ଟରେ ଥିବା ୩୨ ଲକ୍ଷ ଟଙ୍କା ଫ୍ରିଜ କରିଛି ସାଇବର ପୋଲିସ । ସେମାନଙ୍କ ପାଖରୁ ୧୦ଟି ଏଟିଏମ,୫ ଟି ପାସ ବୁକ୍, ଗୋଟେ ଲାପଟପ୍, ୪ଟି ମୋବାଇଲ, ୭ ଟି ଚେକ୍ ବୁକ୍ ସହ ଗୋଟେ ସିମ୍ ଜବତ ହୋଇଛି । ସୂଚନା ଅନୁସାରେ ରାଜଧାନୀ ଚିନ୍ତାମଣିଶ୍ୱର ଅଞ୍ଚଳର ପ୍ରମୋଦ ସାହୁଙ୍କୁ ୧୪ ଲକ୍ଷ ଟଙ୍କାର ଚୂନ ମାରିଥିଲେ ୪ ସାଇବର ଠକ। ବିଭିନ୍ନ ପର୍ୟ୍ୟାୟରେ ୧୪ ଲକ୍ଷ ଟଙ୍କା ଠକି ନେଇଥିଲେ। ତେବେ ଏହି ଠକେଇ ସେମାନଙ୍କୁ ମହଙ୍ଗା ପଡ଼ିଛି। ଠକଙ୍କ କଥାରେ ପଡି ପ୍ରଥମେ ପ୍ରମୋଦ ସାହୁ ୧ହଜାର ଟଙ୍କା ଇନଭେଷ୍ଟ କଲେ ତା ପରେ ସେ ପ୍ରାୟ ୫୦,୦୦୦ ଟଙ୍କା ଇନଭେଷ୍ଟ କରି ୬୦ ହଜାର ଟଙ୍କା ପାଇଲେ । ଏହିପରି ଭାବରେ ପ୍ରମୋଦ ସାହୁ ୧୪ ଲକ୍ଷ ଇନଭେଷ୍ଟ କରିବା ପରେ ଜାଣିପାରିଥିଲେ ଯେ ସେ ସାଇବର ଠକଙ୍କ କବଳରେ ପଡିଯାଇଛନ୍ତି । ନିଜର ସମସ୍ତ ଟଙ୍କା ହରାଇଛନ୍ତି । ଏହି ଘଟଣାରେ ୪ ଜଣ ଠକଙ୍କୁ ଗିରଫ କରିଛି ସାଇବର ପୋଲିସ୍ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments