ରାଜସ୍ଥାନରେ ଆଜିଠୁ ଘର ପିଛା ମିଳିବ ୧୦୦ ୟୁନିଟ୍ ମାଗଣା ବିଜୁଳି । ଏହାଦ୍ୱାରା ପ୍ରାୟ କୋଟିଏ ଘରୋଇ ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେ । ଏନେଇ ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ପୁଣି ଥରେ ରାଜସ୍ଥାନରେ ସରକାର ଗଢ଼ିବା ପାଇଁ ଅଣ୍ଟା ଭିଡ଼ିଲେଣି କଂଗ୍ରେସ ସରକାର । ରାଜ୍ୟବାସୀଙ୍କୁ ମାସକୁ ଶହେ ଏବଂ ଚାଷୀଙ୍କୁ ଦୁଇ ହଜାର ୟୁନିଟ ମାଗଣା ବିଜୁଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଶୁକ୍ରବାର ରାଜ୍ୟ ବଜେଟରେ ମୁଖ୍ୟମନ୍ତ୍ରୀ ଗେହଲଟ୍ ଏହି ଘୋଷଣା କରିଛନ୍ତି ।
