Tuesday, August 26, 2025
spot_imgspot_img
Homeତାଜା ଖବରରାସ୍ତାରେ ଅଳିଆ ପକାଇ ପ୍ରତିବାଦ କଲେ ୟୁନିଟ ୨ ମାର୍କେଟ ଦୋକାନୀ ସଂଘ

ରାସ୍ତାରେ ଅଳିଆ ପକାଇ ପ୍ରତିବାଦ କଲେ ୟୁନିଟ ୨ ମାର୍କେଟ ଦୋକାନୀ ସଂଘ

ଅଳିଆ ପକାଇ ପ୍ରତିବାଦ କଲା ମାର୍କେଟ ବିଲଡିଂ ଆସୋସିଏସନ । ଭୁବନେଶ୍ୱର ୟୁନିଟ୍-୧ ମାର୍କେଟ୍ ବିଲ୍ଡିଂ ଅଞ୍ଚଳରେ ପଡ଼ିରହିଛି କୁଢ଼ କୁଢ଼ ଅଳିଆ । ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଉନଥିବାରୁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ବ୍ୟବସାୟୀ ସଂଘର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦୀର୍ଘ ୮ ମାସ ଧରି ମେୟର ଓ କମିଶନରଙ୍କ ଲିଖିତ ପ୍ରତିଶୃତି ପରେ ମଧ୍ୟ ମାର୍କେଟ ବିଲଡିଂର ସୌନ୍ଦର୍ଜିକରଣ ପାଇଁ କୌଣସି ପଦକ୍ଷେପ ନ ନିଆଯାଉଥିବାରୁ ଆଜି ଅଳିଆ ନ ଉଠାଇ ଶାନ୍ତି ପୁର୍ଣ ପ୍ରତିବାଦ କରିଛି ମାର୍କେଟ ବିଲଡିଂ ଆସୋସିଏସନ। ରାଜଧାନୀର ବଡ଼ ମାର୍କେଟ କୁହାଯାଉଥିବା ଏହି ସ୍ଥାନରେ ଅନେକ ଲୋକ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି । ମାତ୍ର ଉଠା ଦୋକାନୀ ମାନଙ୍କ ପାଇଁ ଏଠାରେ ଅଳିଆ ଆବର୍ଜନା ବୃଦ୍ଧି ପାଉଛି । ବାରମ୍ବାର କହିଲା ପରେ କାହିଁକି ଶୁଣୁନାହାନ୍ତି ତାହା ବୁଝି ହେଉନି କ୍ଷ ଯେ ପର୍ୟ୍ୟନ୍ତ ନିଦ ନ ଭାଙ୍ଗିଛି ଅଳିଆ ଏହିଭଳି ପଡି ରହିବ କ୍ଷ କୁଢ଼ କୁଢ଼ ଅଳିଆ ଗଦା ହୋଇଥିବାରୁ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments