Tuesday, August 26, 2025
spot_imgspot_img
Homeତାଜା ଖବରମଞ୍ଚ ଉପରେ ପଡିଗଲେ ଆମେରିକା ରାଷ୍ଟ୍ରପତି ବାଇଡେନ୍

ମଞ୍ଚ ଉପରେ ପଡିଗଲେ ଆମେରିକା ରାଷ୍ଟ୍ରପତି ବାଇଡେନ୍

ଗୁରୁବାର ଦିନ କଲୋରାଡୋରେ ଆୟୋଜିତ ବାୟୁସେନା ଏକାଡେମୀର ସମାରୋହ ଅବସରରେ ଭାଷଣ ଦେବା ପରେ ମଞ୍ଚ ଉପରେ ପଡିଗଲେ ରାଷ୍ଟ୍ରପତି ଜୋ ବାଇଡେନ୍ । ମଞ୍ଚ ଉପରେ ଥିବା ବାଲି ବସ୍ତାକୁ ଝୁଣ୍ଟିି ବାଇଡେନ୍ ପଡିଯାଇଥିବା ଜଣାପଡିଛି ।
ଏହି ଘଟଣାର ଭିଡିଓ କ୍ଲିପ୍‌ ଅବିଳମ୍ବେ ସାମାଜିକ ଗଣମାଧ୍ୟମରେ ଭାଇରା‌ଲ୍‌ ହୋଇଥିଲା। ମଞ୍ଚ ବା ଷ୍ଟେଜ୍‌ ଉପରେ ୮୦ ବର୍ଷିୟ ବାଇଡେନ୍‌ ଡିପ୍ଲୋମା ପ୍ରଦାନ କରିସାରିବା ପରେ ବୁଲିପଡ଼ି ଫେରୁଥିବା ବେଳେ ଝୁଣ୍ଟି ଆଣ୍ଠେଇ ପଡ଼ିଥିଲେ। ତୁରନ୍ତ ସିକ୍ରେଟ୍‌ ସର୍ଭିସ୍‌ ଏଜେଣ୍ଟ୍‌ ଓ ଜଣେ ବାୟୁସେନା ଅଧିକାରୀ ରାଷ୍ଟ୍ରପତି ବାଇଡେନଙ୍କୁ ଉଠାଇ ଠିଆ କରାଇଥିଲେ ।
ଏହାପରେ, କାହାରି ସହାୟତା ବିନା ବାଇଡେନ୍‌ ନିଜେ ସିଧାସଳଖ ଚାଲି ଚାଲି ଯାଇଥିଲେ। ହ୍ୱାଇଟ୍ ହାଉସ୍‌ କମ୍ୟୁନିକେସନ୍ସ ଡାଇରେକ୍ଟର୍‌ ଟୁଇଟ୍‌ କରି କହିଛନ୍ତି ଯେ ରାଷ୍ଟ୍ରପତି ଭଲ ଅଛନ୍ତି। ସେ କରମର୍ଦ୍ଦନ କରୁଥିବା ବେଳେ ମଞ୍ଚ ଉପରେ ଭୁଲ୍‌ ସ୍ଥାନରେ ରଖାଯାଇଥିବା ଗୋଟାଏ ବାଲିବସ୍ତାରେ ଝୁଣ୍ଟି ପଡ଼ିଗଲେ ବୋଲି ଉଲ୍ଲେଖ କରିଛନ୍ତି ।

ସୂଚନା ମୁତାବକ, ରାଷ୍ଟ୍ରପତିଙ୍କ ଭାଷଣ ପାଇଁ ଟେଲିପ୍ରମ୍ପଟର୍‌ ରଖିବା ନିମନ୍ତେ ମଞ୍ଚ ଉପରେ ଦୁଇଟି ବାଲିବସ୍ତା ରଖାଯାଇଥିଲା। ୯୨୧ ଜଣ ସ୍ନାତକ କ୍ୟାଡେଟଙ୍କ ସହିତ କରମର୍ଦ୍ଦନ କରିବା ଲାଗି ମଞ୍ଚ ଉପରେ ରାଷ୍ଟ୍ରପତି ବାଇଡେନ୍‌ ପ୍ରାୟ ଦେଢ଼ଘଣ୍ଟା କାଳ ଠିଆହୋଇଥିଲେ। ଏହାପରେ ମଞ୍ଚରୁ ଓହ୍ଲାଇବା ସମୟରେ ଝୁଣ୍ଟି ପଡିଯାଇଥିଲେ ବାଇଡେନ୍ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments