Tuesday, August 26, 2025
spot_imgspot_img
Homeତାଜା ଖବରଓଡ଼ିଶା ଆସିବେ ଅମିତ ଶାହା, ଜେପି ନଡ୍ଡା

ଓଡ଼ିଶା ଆସିବେ ଅମିତ ଶାହା, ଜେପି ନଡ୍ଡା

ଓଡ଼ିଶା ଆସିବେ ଅମିତ ଶାହା, ଜେପି ନଡ୍ଡା । ଜୁନ୍ ୧୭ରେ ଆସିବେ ଗୃହ ମନ୍ତ୍ରୀ ଅମିତ ଶାହା । ୨୨ତାରିଖରେ ଆସିବେ ବିଜେପି ସଭାପତି ଜେପି ନଡ୍ଡା । ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ପରେ ପ୍ରଧାନମନ୍ତ୍ରୀ ମୋଦି ବି ସାମିଲ ହେବେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି। ମୋଦି ସରକାରଙ୍କ 9 ବର୍ଷ ପୁର୍ତ୍ତି ଅବସରରେ ଦେଶ ତମାମ 51ଟି ମହାସଭା ହେଉଥିବା ବେଳେ ଓଡ଼ିଶାରେ 4 ଟି ମହାସଭା ରହିଛି ଯେଉଥିରେ ପ୍ରଧାନମନ୍ତ୍ରୀ,  ଅମିତ ଶାହା, ଜେପି ନଦ୍ଡା ଏବଂ ରାଜନାଥ ସିଂ ଯୋଗ ଦେବାର କାର୍ଯ୍ୟକ୍ରାମ ରହିଛି। ସେହିପତି 6 ରୁ ଓଡ଼ିଶାରେ ଡେରା ପକାଇବେ କେନ୍ଦ୍ର ନେତୃତ୍ବ। 6 ଏବଂ 7ରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ଦର୍ଶନା ଜରଦୋଶ ଓଦିଶା ଆସିବେ। ମହା ଜନସଂପର୍କ ଅଭିଯାନରେ  ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆସିବେ। ବିଭିନ୍ନ ଲୋକସେବା କ୍ଷେତ୍ରରେ ସଧାରଣ ସଭା ସହ ସାମ୍ବାଦିକ ସମ୍ମିଳନୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ମୋଦି ସରକାରଙ୍କ ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ମହା ଜନସଂପର୍କ ଅଭିଯାନରେ ରାଜ୍ୟରେ କୋଟିଏ ଲୋକଙ୍କୁ ଛୁଇଁବାକୁ ଯୋଜନା କରିଛି ବିଜେପି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments