Tuesday, August 26, 2025
spot_imgspot_img
Homeତାଜା ଖବରଅଗ୍ନି-୧ର ସଫଳ ପରୀକ୍ଷଣ: ଲକ୍ଷ୍ୟଭେଦ କ୍ଷମତା ୭୫୦ରୁ ୧୨୦୦ କିଲୋମିଟର

ଅଗ୍ନି-୧ର ସଫଳ ପରୀକ୍ଷଣ: ଲକ୍ଷ୍ୟଭେଦ କ୍ଷମତା ୭୫୦ରୁ ୧୨୦୦ କିଲୋମିଟର

ଡିଆର୍‌ଡିଓର ଧାମରା ସ୍ଥିତ ଏପିଜେ ଅବଦୁଲ କଲାମ ଦ୍ବୀପ(୪ନମ୍ବର ଲଞ୍ଚପ୍ୟାଡ୍‌)ରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ ମିସାଇଲ ଅଗ୍ନି-୧ର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଦ୍ୱାରା କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠ ନିକ୍ଷେପ କରାଯାଇ ପାରୁଥିବା ଏହି ଆଣବିକ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୫୦ରୁ ୧୨୦୦ କିଲୋମିଟର। ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଅଗ୍ନି-୧ କ୍ଷେପଣାସ୍ତ୍ର ଏକ ପ୍ରମାଣିତ ପ୍ରଣାଳୀ, ବହୁ ଉଚ୍ଚରୁ ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଲକ୍ଷଭେଦ କରିବାରେ ଏହା ସକ୍ଷମ ହୋଇସାରିଛି। ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ସମସ୍ତ ପ୍ରାୟୋଗିକ ଓ ବୈଷୟିକ ମାନଦଣ୍ଡକୁ ସଫଳତାର ସହ ଅତିକ୍ରମ କରିଥିବା ଜଣାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments