Tuesday, August 26, 2025
spot_imgspot_img
Homeତାଜା ଖବରବିଷାକ୍ତ ଫଳ ଖାଇ ୫ ଛାତ୍ର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବିଷାକ୍ତ ଫଳ ଖାଇ ୫ ଛାତ୍ର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବିଷାକ୍ତ ଫଳ ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଚୂଡ଼ାମଣି ଅଞ୍ଚଳରେ ଏହି ଘଟଣା ଘଟିଛି। କଳାରଙ୍ଗର ଫଳ ଖାଇ ଅସୁସ୍ଥ ହୋଇ ପଡ଼ିବାରୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।ବାସୁଦେବପୁର ବିଷାକ୍ତ ଫଳ ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଚୂଡ଼ାମଣି ଅଞ୍ଚଳରେ ଏହି ଘଟଣା ଘଟିଛି। କଳାରଙ୍ଗର ଫଳ ଖାଇ ଅସୁସ୍ଥ ହୋଇ ପଡ଼ିବାରୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗତକାଲି ସନ୍ଧ୍ୟା ସମୟରେ ଟ୍ୟୁସନ ଯାଉଥିବା ବାଟରେ ରାସ୍ତା ପାଖ ଗଛରେ କଳାରଙ୍ଗର ଫଳକୁ ପିଲାମାନେ କୋଳି ବୋଲି ଭାବି ଖାଇଦେଇଥିଲେ। ଏହା ବିଷାକ୍ତ ବୋଲି ଜାଣି ନଥିଲେ। କିଛି ସମୟ ପରେ ବାନ୍ତି ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କର ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଛାଡି ଦିଆଯାଇଛି । ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments