Tuesday, August 26, 2025
spot_imgspot_img
Homeତାଜା ଖବରକରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା: ୨୩୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଲେ ରେଳ...

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା: ୨୩୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ବାହାନଗାରେ କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସବିଶେଷ ସୂଚନ ଅନୁଯାୟୀ ମୃତ୍ୟୁ ସଂଖ୍ୟା ୨୩୩ରେ ପହଞ୍ଚିଲା। SRCଙ୍କ ତଥ୍ୟ ଆଧାରରେ ସୂଚନା ଦେଲେ ମୁଖ୍ୟ ସଚିବ ଏହା ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୩୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଓଡିଶା ଇତିହାସରେ ସବୁଠୁ ବଡ ହୋଇଥିବା ବେଳେ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଭୟାବହ ଦୁର୍ଘଟଣାକୁ ନଜରରେ ରଖି ଆଜି ରାଜ୍ୟରେ ଦିନିକିଆ ଶୋକ ପାଳନ ଘୋଷଣା କରିଛନ୍ତି। ତେବେ ଘଟଣାର ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳକୁ ଯିବେ। ସେହିଭଳି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଘଟଣାସ୍ଥଳକୁ ଆସୁଛନ୍ତି। ତେବେ ଏହି ଦୁର୍ଘଟଣା କାହିଁକି ଘଟିଲା ଏଥିପାଇଁ କିଏ ଦାୟୀ, ଏହାର ତଦନ୍ତ କରିବା ପାଇଁ ତଦନ୍ତ ନିର୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments