Tuesday, August 26, 2025
spot_imgspot_img
Homeତାଜା ଖବରଓଡ଼ିଶାର ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସ୍ଥିତି ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଶାର ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସ୍ଥିତି ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଶାର ବାହାନଗା ଠାରେ ଘଟିଥିବା ଭୟାବହ ଟ୍ରେନ୍‌ ଦୁର୍ଘଟଣା ପରିସ୍ଥିତି ସମୀକ୍ଷା କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ସୂଚନା ଅନୁସାରେ, ଦୁର୍ଘଟଣାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କରମଣ୍ଡଳ ‌ଏକ୍ସପ୍ରେସ୍‌ର ଶେଷ ବଗିଟିକୁ କାଟିବାକୁ ଉଦ୍ୟମ ଆରମ୍ଭ ହୋଇଥିବା କଥା ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି। ଉଦ୍ଧାର, ସ୍ଥାନାନ୍ତରଣ ଓ ଆହତମାନଙ୍କ ଚିକିତ୍ସା କାର୍ଯ୍ୟରେ ସହାୟତା କରିବା ଲାଗି ଭାରତୀୟ ସେନାକୁ ମୁତୟନ କରାଯାଇଛି। ସେନାର ଇଷ୍ଟର୍ଣ୍ଣ କମାଣ୍ଡ୍‌ ମେଡିକାଲ୍‌ ଓ ଇଞ୍ଜିନିୟରିଙ୍ଗ୍‌ ଟିମ୍‌ ଆମ୍ବୁଲାନ୍ସ୍‌ ସହିତ ଘଟଣାସ୍ଥଳରେ ଉପସ୍ଥିତ ଅଛି।

ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବା ପ୍ରାୟ ୨୫୦ଜଣ ଯାତ୍ରୀଙ୍କୁ ନେଇ ଚେନ୍ନାଇଗାମୀ ଏକ ସ୍ବତନ୍ତ୍ର ଟ୍ରେନ୍‌ ଭଦ୍ରକ ଛାଡ଼ିଛି। ଆସନ୍ତାକାଲି ସକାଳ ୯ଟା ସୁଦ୍ଧା ଏହା ଡକ୍ଟର୍‌ ଏମ୍‌ଜିଆର୍‌ ଚେନ୍ନାଇରେ ସେଣ୍ଟ୍ରାଲ୍‌ରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ସେହିପରି, ସ୍ବତନ୍ତ୍ର ହେଲିକପ୍ଟର୍‌ ଯୋଗେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଘଟଣାସ୍ଥଳକୁ ଆସିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଏହାଛଡ଼ା, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ. ଏସ୍‌. ଜଗନ ମୋହନ ରେଡ୍ଡୀ ଏହି ଦୁର୍ଘଟଣାସ୍ଥଳକୁ ‘ଆଇଏସ୍‌’ ଅଧିକାରୀଙ୍କର ଏକ ଉଚ୍ଚସ୍ତରୀୟ ଟିମ୍‌ ଗଠନ କରିଛନ୍ତି। ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ‌ ଦେବା ନିମନ୍ତେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ କହିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments