Tuesday, August 26, 2025
spot_imgspot_img
Homeତାଜା ଖବରଢେଙ୍କାନାଳ ଜିଲ୍ଲାର କାମାକ୍ଷା ନଗର ବ୍ଲକର ମହୁଲ ପାଲ ଗ୍ରାମରେ bye pass କେବେ !

ଢେଙ୍କାନାଳ ଜିଲ୍ଲାର କାମାକ୍ଷା ନଗର ବ୍ଲକର ମହୁଲ ପାଲ ଗ୍ରାମରେ bye pass କେବେ !

ଭୁବନେଶ୍ୱର , ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଲକ ମହୁଲ ପାଳ ଗ୍ରାମ ଦେଇ ଢେଙ୍କାନାଳ , କଟକ ଏବଂ ଭୁବନେଶ୍ବର କୁ main road ଯାଇଛି । ଏହି ଗ୍ରାମ ମଧ୍ୟ ଦେଇ ଶହ ଶହ କୋଇଲା ଏବଂ ଲୁହା ପଥର ବୋଝେଇ ଟ୍ରକ ସହିତ night coach ବସ ରାଉରକେଲା , ଖଣ୍ଡାଧାର ଏବଂ ଦେବଗଡ କୁ ପ୍ରାୟ 20 ରୁ 30 ଖଣ୍ଡ ବସ ଯିବା ଆସିବା କରୁଛି । ଛୋଟବଡ 300 କି 400 ଗାଡ଼ି ପ୍ରତିଦିନ ଯିବା ଆସିବା କରୁଛି । ଗ୍ରାମ ଭିତରେ ବହୁତ୍ ଦୁର୍ଘଟଣା ହେଲାଣି । ଜଣକ ଘର ଭିତରେ ଶୋଇଥିବା ଅବସ୍ଥାରେ ଟ୍ରକ ପଶିଗଲା , ଘର ଭାଙ୍ଗିଗଲା କିନ୍ତୁ ଅଳ୍ପକେ ତାଙ୍କ ପରିବାର ବର୍ତ୍ତି ଯାଇଥିଲେ ।ସରକାରଙ୍କର ଏଥିପ୍ରତି ଆଦୌ ଧ୍ୟାନ ନାହିଁ । ଏହି ରାସ୍ତା ହେଉଛି ମହୁଲ ପାଳ ଗ୍ରାମ ମଧ୍ୟରେ ରହୁଥିବା ଲୋକଙ୍କ ଦୁଃଖ , ଛୋଟପିଲା ବୟସ୍କ ଲୋକ ରାସ୍ତା ପାରିହେବା ବହୁତ୍ ମୁସ୍କିଲ ଏବଂ କୌଣସି ଯାନିଯାତ୍ରା ଶୁଭ ଅଶୁଭ କର୍ମ କରିବା ବହୁତ୍ କଷ୍ଟ । ଲୋକେ ଭାବିଥିଲେ ତାଙ୍କ ବିଧାୟକ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ପୂର୍ତମନ୍ତ୍ରୀ ସେ ତୁରନ୍ତ bye pass road କରିଦେବେ କିନ୍ତୁ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆସିଲାଣି କିନ୍ତୁ ହେବ ବୋଲି ଗ୍ରାମବାସୀ ଆଶା ବାନ୍ଧି ବସିଛନ୍ତି ।ମନ୍ତ୍ରୀଙ୍କ ଠାରୁ ନିରାଶ ହୋଇ ମହୁଲ ପାଳ ଗ୍ରାମର ଗ୍ରାମବାସୀ 5t ସଚିବଙ୍କୁ ଦାବି କରି ଛନ୍ତି ମହୁଲ ପାଲ ଲୋକମାନଙ୍କୁ ଧନ ଜୀବନ ହାନିରୁ ରକ୍ଷା କରିବା ପାଇଁ । ସାରା ଓଡ଼ିଶା ବାସୀ ଜାଣନ୍ତି 5t ଚାହିଁଲେ ତୁରନ୍ତ byepass ରାସ୍ତା ହୋଇଯାଆନ୍ତା ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments