Tuesday, August 26, 2025
spot_imgspot_img
Homeତାଜା ଖବରବାହାନଗା ଟ୍ରେନ୍ ଟ୍ରାଜେଡି: ବିନା ଟିକେଟରେ ଯାତ୍ରା କରୁଥିବା ମୃତକଙ୍କ ପରିବାରକୁ ମଧ୍ୟ ମିଳିବ କ୍ଷତିପୂରଣ

ବାହାନଗା ଟ୍ରେନ୍ ଟ୍ରାଜେଡି: ବିନା ଟିକେଟରେ ଯାତ୍ରା କରୁଥିବା ମୃତକଙ୍କ ପରିବାରକୁ ମଧ୍ୟ ମିଳିବ କ୍ଷତିପୂରଣ

ବାହାନଗା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ସରକାର କ୍ଷତିପୂରଣ ଦେବା ନେଇ ଘୋଷଣା କରିଛନ୍ତି । ତେବେ ଏହି କ୍ଷତିପୂରଣ ବିନା ଟିକେଟରେ ଯାତ୍ରା କରୁଥିବା ମୃତକଙ୍କ ପରିବାରକୁ ମଧ୍ୟ ମିଳିବ ବୋଲି ରେଳ ମନ୍ତ୍ରଣାଳୟ ଘୋଷଣା କରିଛି ।

ସୂଚନା ଅନୁସାରେ, ବାଲେଶ୍ୱରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଯଦି କେଉଁ ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଥାନ୍ତି ସେମାନଙ୍କୁ କ୍ଷତିପୂରଣ ମିଳିବ କି ନାହିଁ ପ୍ରଶ୍ନ ଉଠିଥିଲା । ତେବେ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମଧ୍ୟ ଏହି ସମାନ କ୍ଷତିପୂରଣ ମିଳିବ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାଧାରଣ ଆହତଙ୍କୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ରେଳ ମନ୍ତ୍ରଣାଳୟ ପ୍ରକାଶ କରିଥିଲା । ସେହି ନିୟମ ବିନା ଟିକେଟରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଲାଗୁ ହେବ । ଯଦି କେହି ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀ ମୃତ୍ୟୁ ମୁଖରେ ପଡିଥାନ୍ତି,ସେମାନଙ୍କ ପରିବାରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହା କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ରେଳ ମୁଖପାତ୍ର ଅମିତାଭ ଶର୍ମା କହିଛନ୍ତି ଯେ ଯାତ୍ରୀଙ୍କ ଟିକେଟ୍ ଥାଉ କି ନଥାଉ, ସେମାନଙ୍କୁ କ୍ଷତିପୂରଣ ଦିଆଯିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments