ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା ପରେ ସେହି ରୁଟ୍ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ଆଜି ଓ କାଲି ପାଇଁ ୭୪ଟି ଟ୍ରେନ୍ ବାତିଲ କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଟ୍ରାକରେ ଆଉ କିଛି ମରାମତି କାମ ପାଇଁ ରେଳ ଚଳାଚଳ ବନ୍ଦ କରାଯାଇଛି। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗତକାଲି ମାଲବାହୀ ସମେତ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିଥିଲା । ଆଜି ପାଇଁ ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ, ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ, ହାୱଡ଼ା-ସିକନ୍ଦରାବାଦ ଫଲକନାମା, ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ, ଶାଲିମାର-ହାଇଦ୍ରାବାଦ ଇଷ୍ଟକୋଷ୍ଟ, ହାୱଡ଼ା-ଭୁବନେଶ୍ୱର ଜନଶତାବ୍ଦୀ, ଶାଲିମାର-ଚେନ୍ନାଇ କରମଣ୍ଡଳ ଓ ଶାଲିମାର-ପୁରୀ ଜଗନ୍ନାଥ ଏକ୍ସପ୍ରେସ ବାତିଲ୍ କରାଯାଇଛି।
ସେହିପରି ଆସନ୍ତାକାଲି ପାଇଁ ପୁରୀ-ଆନନ୍ଦବିହାର, ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ, ଭୁବନେଶ୍ୱର-ହାୱଡା ଜନଶତାଦ୍ଦୀ, ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ, ପାଟନା-ପୁରୀ ଓ ସିଆଲ୍ ଦା-ପୁରୀ ଦୂରନ୍ତ ଏକ୍ସପ୍ରେସ ବାତିଲ କରାଯାଇଛି । ରିଷିକେଶ-ପୁରୀ ଏକ୍ସପ୍ରେସ ଭାୟା ଇବ୍-ଝାରସୁଗୁଡା ରୋଡ୍ ଦେଇ ଯିବ। ସେପଟେ ଜାରି ରହିଛି ଦୁର୍ଘଟଣାର ତଦନ୍ତ । ଗ୍ରାଉଣ୍ଡ ଜିରୋରେ ରେଲଓ୍ବେ ସେଫ୍ଟି କମିଶନର ପ୍ରାଥମିକ ତଦନ୍ତ କରିଥିବା ବେଳେ ସିବିଆଇ ମଧ୍ୟ ନିଜର ତଦନ୍ତ ଆରମ୍ଭ କରିଛି
