Tuesday, August 26, 2025
spot_imgspot_img
Homeତାଜା ଖବରବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ନେଇ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ନେଇ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ନେଇ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ରେଳ ଦୁର୍ଘଟଣା ହୃଦୟସ୍ପର୍ଶୀ । ଭାରତ ବର୍ଷରେ ପ୍ରଥମ ଏଭଳି ଦୁର୍ଘଟଣା । ଯେଉଁଭଳି ଦୁର୍ଘଟଣା ଘଟିଲା ଏବଂ ଉଦ୍ଧାର କାର୍ୟ୍ୟ ଚାଲିଲା । ଯେଉଁମାନେ ପ୍ରତ୍ୟେକ୍ଷ ଦର୍ଶୀ ଏବଂ ସାଧରଣ ଲୋକ ଉଦ୍ଧାର କାର୍ୟ୍ୟରେ ନିଜକୁ ନିୟୋଜିତ କଲେ ସେମାନଙ୍କୁ ଧନ୍ୟବାଦ ଦେଲେ ଚାଲିବ ନାହିଁ । ଆହୁରି କିଛି କରିବାର ଅଛି । ଯାହା ଶୁଣିଲି ଅତ୍ୟନ୍ତ ହୃଦୟ ସ୍ପର୍ଶି । ବଗିରୁ ମା କହୁଛି ପୁଅକୁ ନେଇଯା ମୁଁ ବଂଚିବିନି । ଓଡ୍ରାଫ ଏବଂ ଲସକ୍ସର ଟିମ ଓ ସାଧାରଣ ଲୋକ ଯେଉଁ ଉଦ୍ୟମ କଲେ ୯ ଟା ବେଳୁ ଆରମ୍ବ ହୋଇ ରାତିସାରା ଚାଲିଲା । ବିରାଟ ଅପରେସନ ଚାଲୁଥିଲା । ଡେଡ ବଡି ଫିଗର ଯାହା କୁହାଯାଉଛି ଘଟଣା ସ୍ଥଳରେ ଥିବା ଲୋକ ବିଶ୍ୱାସ କରୁନାହାନ୍ତି । ୬ ଟି ଜେନେରାଲ ବଗିରେ ୧ ହଜାର ଲୋକ ଥିବେ । ଗୋଟେ ବଗି ରହିଛି ଯାହାକୁ ଏପର୍ୟ୍ୟନ୍ତ ଛୁଇଁ ନାହାନ୍ତି । କାହିଁକି ତାକୁ ରଖିଛନ୍ତି । କିନ୍ତୁ ରେଲୱେ କହୁଛି ରେସ୍କୁ ଅପରେସନ ଶେଷ । କିନ୍ତୁ କେତେ ଲୋକ ଥିଲେ ଠିକ ଭାବେ ଆକଳନ କରାଯାଉନାହିଁ । ଯାହା ଦୁଃଖର ବିଷୟ । ଏବେ କିଛି ରେଷ୍ଟ୍ରିକେସନ କରାଯାଇଛି ସେ ଅଞ୍ଚଳ । ସିନିୟର ଅଫିସର ରେଲୱେର ଉପସ୍ଥିତି ଘଟଣା ଘଟିବା ଏବଂ ରାତି ପର୍ୟ୍ୟନ୍ତ କେହି ନଥିଲେ । ଜଣେ ଅଫିସର କହିଲେ ମୋ ଅଞ୍ଚଳରେ ଆସୁନି ମୁଁ କଣ କରିବି । ଓଡ଼ିଶାର ଟିମକୁ ଧନ୍ୟବାଦ । ଉଦ୍ଦାର କାର୍ୟ୍ୟକୁ ସକାଳ ୯ ଭିତରେ ଶେଷ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କାମ ବନ୍ଦ ରହିଲା । ପ୍ରଦନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି ଆସିଲେ । ସଠିକ ତଥ୍ୟ ସେ ଜାଣିପାରିଥିବେ ବୋଲି ଆଶା । ରେଳ ମନ୍ତ୍ରି ବି ସେଠି ଉପସ୍ଥିତ ଥିଲେ । ଅନ୍ୟମାନେ ମେପ ଦେଖେଇକି ବୁଝାଉଥିଲ । ପ୍ରଧାନମନ୍ତ୍ରୀଙ୍କ ପାଖରେ ସତ୍ୟ ଘଟଣା ରଖାଗଲାନାହିଁ । ପ୍ରଧାନମନ୍ତ୍ରୀ ଗଲା ପରେ ରେଳ ମନ୍ତ୍ରୀ କହିଲେ ରେସ୍କୁ ଅପରେସନ ସରିଲା । ରେସ୍କୁ ସହ ରେଳ ମନ୍ତ୍ରୀଙ୍କ କିଛି ସମ୍ପର୍କ ନଥିଲା । ପ୍ରଶ୍ନ ଉଠୁଛି ଏଭଳି ଘଟଣା ହେଲା କାହିଁକି । ଓଡ଼ିଶାରେ ଖୁବ କମ ଏଭଳି ଘଟଣା । ଜଗନ୍ନାଥଙ୍କ ଆଶ୍ରିବାଦରୁ ଏଭଳି ଘଟଣା ନ ଘଟୁ । ଏ କଳଙ୍କ ସବୁଦିନ ପାଇଁ ରହିଗଲା । ରେସ୍କୁ ସରିନାହିଁ ମନ୍ତ୍ରୀ ରେସ୍କୁ ସରିଲା କହିବା ଠିକ ନୁହଁ । ୪ ତାରିଖ ସକାଳେ ୭ ଟି ଡେଡ ବଡି ଉଦ୍ଧାର ହେଲା ଅସତ୍ୟ ପରିବେଷଣ କରିବା ଠିକ ନୁହଁ । ହାଇଲେବଲ ଇଂକୁଆରୀ, ରେଲୱେ ସେପ୍ଟି କମିଶନ ତଦନ୍ତ କରିବେ ପରେ ମନ୍ତ୍ରୀ କହିଲେ ରିପୋର୍ଟ ପଇସାରିଲୁଣି ଯିଏ ଏଭଳି କରିଛି ଚି଼ହ୍ନଟ ହୋଇସାରିଲାଣି । ସନ୍ଧ୍ୟାରେ କହିଲେ ମଭସ ତଦନ୍ତ କରିବ । ସମ୍ପୂର୍ଣ୍ଣ ଭାବେ ନିଜର ଦୋଷ ଦୁର୍ବଳତାକୁ ଘୋଡାଇବା ପାଇଁ ମିଛର ସାହାରା ନିଆଯାଉଛି । କୌଣସି ଜାଗାରେ ଗ୍ୟାପ ରହୁଛି ସେଥିପାଇଁ ପ୍ରକୃତ ଘଟଣା ସାମ୍ନାକୁ ଆସିପାରୁନି । ମୃତ୍ୟୁ ସଂଖ୍ୟା ବହୁତ ଅଧିକ । କାହାର ଗୋଡ଼ ପଡିଛି ତ ମୁଣ୍ଡ ପଡିଛି ଏହା କାଉଁଟିଙ୍ଗକୁ କେମିତି ଆସିବ । ଘଟଣାକୁ ଯେମିତି ଗୁରୁତର ସହ ନେବା କଥା ନିଆଯାଇନାହିଁ । ତଦନ୍ତ ସରିଛି ମନ୍ତ୍ରୀ କହିବା ଠିକ ସେ ଜାଣିଛନ୍ତି ଘଟଣା କଣ । ୮/୨/୨୩ ରେ ସମ୍ପର୍କ କ୍ରାନ୍ତିରେ ଏଭଳି ଘଟଣା ଘଟିଥିଲା । ଲୋକ ପାଇଲଟ ଏବଂ ଆସିଷ୍ଟାଣ୍ଟ ଲୋକ ପାଇଲଟର ବୟାନ ରେକର୍ଡ ହୋଇଛି ସିଗନାଲ ଦେଖେଇଥିବା କହିଛନ୍ତି ଲୋକ ପାଇଲଟ । ପ୍ରଶ୍ନ ଉଠୁଛି ଟେଣ୍ଡର କିଏ ନେଇଥିଲା । ଆନୁଆଲ ରିପିୟାର କିଏ କରୁଥିଲା । ବଡ଼ ବଡ଼ କମ୍ପାନୀକୁ ମଭସ ତଦନ୍ତ କରିପାରିବ ? । ଫେବୃଆରୀରେ ଯଦି ରେଳ ବିଭାଗ ଜାଣିଲ ଜୁନ ମାସରେ ଏଭଳି ଘଟଣା କାହିଁକି ହେଲା । ରେଳ ବିଭାଗର ଅପାରଗ ପାଇଁ ଏଭଳି ଘଟଣା ହେଲା । କେହି ଦୋଷ ମୁକ୍ତ ହୋଇପାରିବେ ନାହିଁ । ଯେଉଁ ମାନେ ମରିଗଲେ ଆଉ ଫେରିବେନି । ଏ କଳଙ୍କ ବିଭାଗକୁ ପରିଚାଳିତ କରୁଥିବା ଲୋକଙ୍କ ଦେହରେ ରହିଲା । ଦୁର୍ଘଟଣାକୁ ଏଡେଇ ଯାଇପାରିଥାନ୍ତା । ସିଗନାଲ ଟେମ୍ପରିଙ୍ଗ ଯଦି ହୋଇଥିବ ତେବେ କମ୍ପାନୀ କିମ୍ବା ବିଭାଗ କରିଥିବ । ରିଲେ ରୁମ ଏବଂ ଇଲେକ୍ଟ୍ରି ଜିନିଷ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇନାହିଁ । ଉଭସ କେଉଁ ପାର୍ଟକୁ ତଦନ୍ତ କରିବ ତାହା ବଡ଼ ପ୍ରଶ୍ନ । ତିନୋଟି ସଂସ୍ଥା ଟେଣ୍ଡର ନେଇଛନ୍ତି ଏହାର ଉତ୍ତର ମନ୍ତ୍ରୀ ଦେଇପାରିବେ । ଟେଣ୍ଡର ଠାରୁ ମରାମତିରେ ରହିଛି ବଡ଼ କେଳେଙ୍କାରୀ । ମନ୍ତ୍ରୀ ନିଜକୁ ନିର୍ଦୋଷ କହିପାରିବେନି । ୫ ସହ ଲୋକଙ୍କ ଆତ୍ମା ସବୁ ଦିନେ ଦଂଶନ କରିବ । ଯେଉଁ ମାନେ ଦାୟିତ୍ୱରେ ଥିଲେ । ପ୍ରଧାନମନ୍ତ୍ରୀଙ୍କ ପାଖରେ ସତ ପଂହଁଚୁ ଏଠି ଦଳୀୟ କଥା ପ୍ରଶ୍ନ ଉଠୁନାହିଁ ଲୋକଙ୍କ ଜୀବନ ଆଗ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments