Tuesday, August 26, 2025
spot_imgspot_img
Homeତାଜା ଖବରଆଜିଠୁ ୨ ଦିନିଆ ରାୟଗଡ଼ା ଗସ୍ତରେ ଯାଉଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ

ଆଜିଠୁ ୨ ଦିନିଆ ରାୟଗଡ଼ା ଗସ୍ତରେ ଯାଉଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ

ଆଜିଠୁ ୨ ଦିନିଆ ରାୟଗଡ଼ା ଗସ୍ତରେ ଯାଉଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ । ରାୟଗଡ଼ାରେ ବିକାଶ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ସମସ୍ୟା ମଧ୍ୟ ପଚାରି ବୁଝିବେ ୫-ଟି ସଚିବ । ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକଙ୍କ ସହିତ କରିବେ ଆଲୋଚନା । ଅପରାହ୍ନ ୪ଟା ୩୦ରେ ରାୟଗଡ଼ାର ଜିସିଡି ଖେଳ ପଡ଼ିଆରେ ପହଞ୍ଚିବେ ୫ଟି ସଚିବ । ସେଠାରୁ ବିଜୁ ପଟ୍ଟନାୟକ ଅଡିଟୋରିୟମ ଯାଇ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ । ଏହାସହିତ ଏସଏଚଜି ମାଆମାନଙ୍କ ସହିତ ଆଲୋଚନା କରିବେ । ପରେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ପରିସରକୁ ଯାଇ ଆମ ହସପିଟାଲ ଯୋଜନାରେ ରୂପାନ୍ତରଣ କାମର ଅନୁଧ୍ୟାନ କରିବା କାର୍ୟ୍ୟକ୍ରମ ରହିଛି । ମନ୍ଦିରର ବିକାଶ ନେଇ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବେ ୫ଟି ସଚିବ । ଆସନ୍ତାକାଲି ଦିନତମାମ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ୟ୍ୟର ସମୀକ୍ଷା କରିବେ ୫ଟି ସଚିବ ଭିକେ ପାଣ୍ଡିଆନ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments