Tuesday, August 26, 2025
spot_imgspot_img
Homeତାଜା ଖବରବାହାନଗା ଟ୍ରେନ୍ ଦୁର୍ଘଟଣାରେ ବିହାରର ୪୩ ଜଣ ମୃତ୍ୟୁବରଣ କରିଛନ୍ତି, ୮୮ ଜଣ ଯାତ୍ରୀଙ୍କର ପତ୍ତା...

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ବିହାରର ୪୩ ଜଣ ମୃତ୍ୟୁବରଣ କରିଛନ୍ତି, ୮୮ ଜଣ ଯାତ୍ରୀଙ୍କର ପତ୍ତା ମିଳୁନି

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତି ପଶ୍ଚିମବଙ୍ଗର । ଏବେ ମଧ୍ୟ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି । ଅନେକ ଆହତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗୁରୁତର ଆହତଙ୍କ ଚିକିତ୍ସା ଏବେ ମଧ୍ୟ ଜାରି ରହିଛି । ଏସବୁ ଭିତରେ ବିହାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ବିହାରର ୪୩ ଜଣ ମୃତ୍ୟୁବରଣ କରିଛନ୍ତି । ସେହିଭଳି ୪୪ ଜଣ ଆହତ ହୋଇଛନ୍ତି । ଏହାସହ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ଏବେ ମଧ୍ୟ ୮୮ ଜଣ ଯାତ୍ରୀଙ୍କର ପତ୍ତା ମିଳୁନି । ସେହିଭଳି ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, ତାଙ୍କ ରାଜ୍ୟର ୩୧ ଜଣଙ୍କର କୌଣସି ଖୋଜଖବର ମିଳୁନି । ଯେଉଁମାନେ କରମଣ୍ଡଳ ଏକ୍ସପ୍ପେସରେ ଯାତ୍ରା କରୁଥିଲେ । ତେଣୁ ଏବେ ପ୍ରଶ୍ନ ଉଠିଲାଣି, ନିଖୋଜ ବ୍ୟକ୍ତି ଗଲେ କୁଆଡେ?

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments