Tuesday, August 26, 2025
spot_imgspot_img
Homeତାଜା ଖବରଦେଶୀ ମଦ ଜବତ ସହ ୪ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ

ଦେଶୀ ମଦ ଜବତ ସହ ୪ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜାମୁଦା ଓ କାଳିଆଦୁମା ଗ୍ରାମରେ ଘଟଗାଁ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୪ ଜଣଙ୍କୁ ଗିରଫ କରଯାଇଛି । ପୂର୍ବରୁ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ କାହାରିକୁ ଖାତିର ନ କରି ବେଧଡକ ଭାବେ ନିଜ ଘରେ ଚଳାଇ ଥିଲେ ବେଆଇନ ମଦ କାରବାର। ଖବର ପାଇ ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରି ଚୋରା ମହୁଲି ମଦ ସହ ପୂର୍ବତନ ସରପଞ୍ଚ ରାଜେଶ ଗାଗରାଇ ଓ ତାଙ୍କ ସାନଭାଇ ଯୁଧିଷ୍ଠିର ଗାଗରାଇ ଙ୍କୁ ଗିରଫ କରିଛି । ଏହା ସହ ସେହି ଗ୍ରାମର ଜୁରା ମୁଣ୍ଡା ଓ କାଳିଆଦୁମା ଗ୍ରାମର ସୁନିଆ ମୁଣ୍ଡା ଙ୍କୁ ବେଆଇନ ମଦ କାରବାର ଅଭିଯୋଗରେ ଗିରଫ କରିଛି ଅବକାରୀ ବିଭାଗ। ଦୀର୍ଘଦିନ ଧରି ଏମାନେ ଗ୍ରାମରେ ଦେଶୀ ଚୋରାମଦ କାରବାର ଚଳାଇ ଆସୁଥିଲେ। ଗ୍ରାମବାସୀ ମାନେ ଏନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ତେବେ ଆଜି ସକାଳୁ ଆନନ୍ଦପୁର ଅବକାରୀ ଥାନା ଅଧିକାରୀ ପ୍ରଫୁଲ୍ଲ ମହାନ୍ତଙ୍କ ନେତୃତ୍ୱରେ ଘଟଗାଁ ଅବକାରୀ ବିଭାଗ ଗ୍ରାମରେ ଚଢାଉ କରି ୪ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୩୫ ଲିଟର ଦେଶୀ ମଦ ଜବତ କରାଯାଇଛି। ଗିରଫ ସମସ୍ତ ୪ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments