Tuesday, August 26, 2025
spot_imgspot_img
Homeତାଜା ଖବରରେଳବାଇ ମନ୍ତ୍ରୀ ଇନକ୍ଵାରି ଆଉ ଇନଭେଷ୍ଟିଗେସନ ମଧ୍ୟରେ ପାର୍ଥକ୍ୟ ଜାଣି ନାହାନ୍ତି:ନରସିଂହ ମିଶ୍ର,କଂଗ୍ରେସ ବିଧାୟକ ଦଳ...

ରେଳବାଇ ମନ୍ତ୍ରୀ ଇନକ୍ଵାରି ଆଉ ଇନଭେଷ୍ଟିଗେସନ ମଧ୍ୟରେ ପାର୍ଥକ୍ୟ ଜାଣି ନାହାନ୍ତି:ନରସିଂହ ମିଶ୍ର,କଂଗ୍ରେସ ବିଧାୟକ ଦଳ ନେତା

ସିବିଆଇ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ରେଳବାଇ ମନ୍ତ୍ରୀ ଇନକ୍ଵାରି ଆଉ ଇନଭେଷ୍ଟିଗେସନ ମଧ୍ୟରେ ପାର୍ଥକ୍ୟ ଜାଣି ନାହାନ୍ତି। ମମତା ବାନାର୍ଜୀ କହିଛନ୍ତି ରେଳ ମନ୍ତ୍ରୀ ଥିବା ସମୟରେ ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇକୁ ଦେଇଥିଲେ କିନ୍ତୁ ଏଯାଏ ତଦନ୍ତ ସରିନି। କି ପ୍ରକାର ତଦନ୍ତ ଚାଲିଛି ସମସ୍ତଙ୍କୁ ଜଣା। ରେଳବାଇ ମନ୍ତ୍ରୀ ହରଡ ଘଣାରେ ପଡ଼ିବା ପରେ ସିବିଆଇ ତଦନ୍ତ କଥା ଉଠାଇଛନ୍ତି। ସେ ଜାଣି ନାହାନ୍ତି କେତେଜଣଙ୍କ ମୃତ୍ୟୁ ହୋଇଛି। ବିଭିନ୍ନ ସମୟରେ ବିଭିନ୍ନ ତଥ୍ୟ ଆସୁଛି। ବର୍ତ୍ତମାନ ଆହୁରି ଗୋଟେ ବଗି ଥିବା ଅଭିଯୋଗ ଉଠିଛି। ସଠିକ୍ ତଥ୍ୟ କାହା ପାଖେ ନାହିଁ। ପଶ୍ଚିମବଙ୍ଗ ସରକାର କହୁଛନ୍ତି ୩୧ ଜଣଙ୍କ ମୃତ ଦେହ ମିଳୁନି। ବିହାର ୮୮ ଜଣଙ୍କ କଥା କହୁଛି। ଅତୀତରେ ୫ ଜଣ ରେଳ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ମନ୍ତ୍ରୀ କାହିଁକି ଇସ୍ତଫା ଦେବେନି ? ସିବିଆଇ କେନ୍ଦ୍ର ସରକାରଙ୍କ ପୋଷା ସୁଆ। ସେ ଯାହା କହିବେ କରିବେ। ରେଳବାଇ ମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସୁଛି। ସେ ଇସ୍ତଫା ଦେଲେ ତଦନ୍ତ ନିରପେକ୍ଷ ହେବ । ଷଡ଼ଯନ୍ତ୍ର ହୋଇଛି ବୋଲି ରେଳବାଇ ଦେଇଥିବା ୠଓଜ ରେ ଉଲ୍ଲେଖ ନାହିଁ। କିନ୍ତୁ ଇନଭେଷ୍ଟିଗେଶନ ସମୟରେ ଷଡ଼ଯନ୍ତ୍ର କଥା ଆସିଲେ ତଦନ୍ତ ହୋଇପାରିବ। କିନ୍ତୁ ବର୍ତ୍ତମାନ ସମୟରେ ସିବିଆଇ ତଦନ୍ତର ଆବଶ୍ୟକତା ନାହି। ରେଳବାଇ ସଂସ୍ଥା ପ୍ରଥମେ ତଦନ୍ତ କରି ରିପୋର୍ଟ ଦେବା ଆବଶ୍ୟକ। କିଛି ଷଡ଼ଯନ୍ତ୍ର ଥିଲେ ସିବିଆଇ ତଦନ୍ତ ହେଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments