Tuesday, August 26, 2025
spot_imgspot_img
Homeତାଜା ଖବରବାହାନଗା ଟ୍ରେନ୍ ଦୁର୍ଘଟଣା: ଭଙ୍ଗାଗଲା ଶବ ରଖାଯାଇଥିବା ସ୍କୁଲ ଘର

ବାହାନଗା ଟ୍ରେନ୍ ଦୁର୍ଘଟଣା: ଭଙ୍ଗାଗଲା ଶବ ରଖାଯାଇଥିବା ସ୍କୁଲ ଘର

ବାହାନଗାରେ ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ହାଇସ୍କୁଲକୁ ଭଙ୍ଗାଯାଇଛି। ସ୍କୁଲ ପରିଚାଳନା କମିଟି ଉପସ୍ଥିତିରେ ଆଜି ସକାଳେ ସ୍କୁଲ ଘର ଭଙ୍ଗାଯାଇଛି। ସ୍କୁଲରେ ଶତାଧିକ ଶବ ରଖାଯାଇଥିବାରୁ ଓ ଆଗକୁ ସ୍କୁଲ ଖୋଲିବାକୁ ଥିବାରୁ ପିଲାମାନଙ୍କ ମଧ୍ୟରେ ଭୟ ରହିଥିବା ଜଣାପଡ଼ିବା ସରକାର ଓ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି।

ଦୁର୍ଘଟଣାପରେ ମୃତଦେହ ସ୍କୁଲରେ ରଖାଯାଇଥିବାରୁ ପିଲାମାନଙ୍କ ମଧ୍ୟରେ ଟିକେ ଭୟ ରହିଛି। ଏଥିପାଇଁ  ସ୍କୁଲ ଘରକୁ ଭାଙ୍ଗିଦେବାକୁ  ସ୍କୁଲ ପରିଚାଳନା କମିଟି ଜିଲ୍ଲା ପ୍ରଶାସନକୁ ଅଗଗତ କରିଥିଲା। ପରେ ଜିଲ୍ଲା ପ୍ରଶାସନ ଏନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗକୁ ଜଣାଇଥିଲା। ପରେ ରାଜ୍ୟ ସରକାର ସ୍କୁଲ ଘରକୁ ଭାଙ୍ଗି ଦେବାକୁ ନିଷ୍ପତ୍ତି ନେଇଥିଲେ।

ଗତକାଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ବାହାନଗା ହାଇସ୍କୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।  ବାହାନଗା ସ୍କୁଲର ପ୍ରଧ୍ୟାନଶିକ୍ଷୟିତ୍ରୀ କହିଛନ୍ତି ଯେ, ବାହାନଗାରେ ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିଲା। ଆମେ ସ୍କୁଲ ଘର ଭାଙ୍ଗିବାକୁ ଦାବି କରିଥିଲୁ। ଆମର ଦାବି ପୂରଣ କରାଯାଇଛି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ବାହାନଗା ରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କୁର ମୃତ୍ୟୁ ଘଟିଥିଲା। ଏକ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଏବେ ସେମାନେ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। କେତେକ ଯାତ୍ର ଡିସଚାର୍ଜ ହୋଇ ଘରକୁ ଫେରିଲେଣି। ଅନ୍ୟପକ୍ଷରେ ଶବ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଏହି ଦୁର୍ଘଟଣାରେ କିଏ ବାପା ଛେଉଣ୍ଡ ହେଇଯାଇଛି ତ ଆଉ କାହା ମଥା ସିନ୍ଦୁର ଲିଭିଯାଇଛି। ଆଉ କିଏ ନିଜ ସନ୍ତାନକୁ ହରାଇ ନିସନ୍ତାନ ହୋଇଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments