Tuesday, August 26, 2025
spot_imgspot_img
Homeତାଜା ଖବରଡକାୟତି ଗ୍ୟାଙ୍ଗରେ ପୁଲିସ ଓ ନେତା

ଡକାୟତି ଗ୍ୟାଙ୍ଗରେ ପୁଲିସ ଓ ନେତା

 ଡକାୟତି ଗ୍ୟାଙ୍ଗରେ ପୁଲିସ ଓ  ନେତା ରହିଥିବା କଥା ଶୁଣିବା ବେଳକୁ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ, କିନ୍ତୁ କଥାଟା ସତ। ଆନ୍ଧ୍ରର ୨ ଜଣ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଡକାୟତି ଘଟଣାରେ ଜଣେ ଗ୍ରାମରକ୍ଷୀ,ଜଣେ ହୋମଗାର୍ଡ ଓ ୨ଜଣ ଗୃହରକ୍ଷୀକୁ ପୁଲିସ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି କୋରାପୁଟ ଜିଲ୍ଲା ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଏସଡିପିଓ କହିଛନ୍ତି, କୋରାପୁଟ ଜିଲ୍ଲା ପାଡୁଆ ଥାନା ପୁଲିସକୁ ସଫଳତା ମିଳିଛି। ସବୁଠୁ ବଡ଼ କଥା ହେଲା, ପାଡୁଆ ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ, ୨ ଜଣ ଗୃହରକ୍ଷୀ ଏବଂ ଜଣେ ପୂର୍ବତନ ସମିତିସଭ୍ୟ ଏହି ଡକାୟତି ଗ୍ୟାଙ୍ଗର ସକ୍ରିୟ ସଦସ୍ୟ ବୋଲି ଜଣାପଡ଼ିଛି। ଆଉ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ହେଉଛନ୍ତି ଜଣେ ପୂର୍ବତନ ସମିତିସଭ୍ୟ।

ଏହା ସହିତ ସେ କହିଛନ୍ତି ଯେ, ଗତକାଲି ଆନ୍ଧ୍ରର ୨ ଜଣ ଯୁବକ ଚିଟି ବାବୁ ଓ ବିଶୋଇ ଭିମଧର ପାୱାର ଟିଲର କିଣିବାକୁ ବାଇକରେ ଜୟପୁର ଆସୁଥିଲେ। ଏହି ସମୟରେ କୁଲାରସିଂର ପୂର୍ବତନ ସମିତି ସଭ୍ୟ ଅନ୍ତର୍ଯ୍ୟାମୀ ଗୁଣ୍ଠା, ବିଲେଇ ଝୋଲା ଗାଁର ମାଣିକ ଗୁଣ୍ଠା, ପାଡୁଆ ଥାନାରେ କାର୍ଯ୍ୟରତ ହୋମଗାର୍ଡ ନୀଳକଣ୍ଠ ପାଙ୍ଗି, ଗୃହରକ୍ଷୀ ଡ଼ମ୍ବୁରୁ ଧର ମାଝୀ ଓ ଅର୍ଜୁନ ପାଙ୍ଗୀ କାର୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ପରେ ୫ଜଣ କାର୍‌ରୁ ଓହ୍ଲାଇ ଆସି ଟଙ୍କା ବ୍ୟାଗ ଦେବାକୁ କହିଥିଲେ। ଚିଟି ଓ ବିଶୋଇ ଟଙ୍କା ବ୍ୟାଗ ଦେବାକୁ ଅରାଜି ହେବାରୁ ସେମାନଙ୍କୁ ପ୍ରବଳ ମାଡ଼ ମାରିଥିଲେ। ପରେ ତାଙ୍କ ପାଖରୁ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ସେହି ବ୍ୟାଗରେ ୧ଲକ୍ଷ ୧୫ହଜାର ଟଙ୍କା ଥିଲା। ଏନେଇ ଚିଟି ଓ ବିଶୋଇ ପାଡୁଆ ଥାନାରେ ଅଭିଯୋଗ କରିଥିଲେ। କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଓ ପାଡୁଆ ପୁଲିସ ବିଭିନ୍ନ ସ୍ଥାନରେ ନାକା ବନ୍ଦି କରି ଗାଡ଼ିମୋଟର ଯାଞ୍ଚ କରିଥିଲେ।

ପୁଲିସ ଡକାୟତରେ ବ୍ୟବହୃତ କାରକୁ ଠାବ କରିବା ସହ ୫ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ପରେ ସେମାନଙ୍କ ପାଖରୁ ନଗଦ ୮୦ ହଜାର ଟଙ୍କା, ୪ଟି ମୋବାଇଲ ଫୋନ୍ ଓ ଡ଼କାୟତିରେ ବ୍ୟବହୃତ କାରକୁ ଜବତ କରିଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments