ଆଗାମୀ ଜୁନ୍ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାରେ ପୁରୀ ସହରକୁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ଜଗିବେ। ଏଥିସହ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ୱରେ ରହିବେ। ଏଥିପାଇଁ ପୁରୀ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।
ଚଳିତବର୍ଷ ରଥଯାତ୍ରାରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁମାନଙ୍କର ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥାକୁ ପରିଚାଳନା ନେଇ ଆଜି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ତଥା ଟ୍ରାନ୍ସପୋର୍ଟ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ଏସ୍ଆଇଡବ୍ଲ୍ୟୁ ଡିଆଇଜି ଅଖିଳେଶ୍ବର ସିଂହ, ଭୁବନେଶ୍ବର ଅତିରିକ୍ତ କମିଶନର ଉମାଶଙ୍କର ଦାଶ, ପୁରୀ ଏସ୍ପି ଡା. କନୱର. ବିଶାଳ ସିଂହ, ହେଡ୍କ୍ବାଟର ଏସ୍ପି ରାହୁଲ ଜେନ୍ ପ୍ରମୁଖ ଯୋଗ ଦେଇଥିଲେ।
