ଦିଲ୍ଲୀର ଏକ ନବଜାତ ଶିଶୁ ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବୈଶାଳୀ ଅଞ୍ଚଳ ସ୍ଥିତ ନ୍ୟୁ ବର୍ଣ୍ଣ ଚାଇଲ୍ଡ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା । ଘଟଣା ବିଷୟରେ ସୂଚନା ମିଳିବା ପରେ ଦିଲ୍ଲୀ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । ଅଗ୍ନିଶମବାହିନୀ ଟିମ୍ ଜୀବନକୁ ବାଜିରେ ଲଗାଇ ୨୦ ନବଜାତ ଶିଶୁଙ୍କ ଜୀବନକୁ ବଞ୍ଚାଇଦେଇଛନ୍ତି । ଶୁକ୍ରବାର ରାତିରେ ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ଜନକପୁରୀ ଅଞ୍ଚଳରେ ନିଆଁ ଲାଗିଯାଇଥିବା ସୂଚନା ମିଳିଥିଲା । ଏହି ଘଟଣା ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦମକଳବାହିନୀର ୯ଟି ଗାଡି ନିଆଁ ଲିଭାଇବାରେ ନିୟୋଜିତ ରହିଥିଲେ । ଅଗ୍ନିଶମବାହିନୀର ସଠିକ ସମୟରେ ପଦକ୍ଷେପ କାରଣରୁ ଅନେକ ଜୀବନ ବଞ୍ଚିଯାଇଛି ।
